ଭୁବନେଶ୍ବର , ୮।୧୦ : ପୂର୍ବତଟ ରେଳପଥ  ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ର ପ୍ରଥମାର୍ଦ୍ଧ (ଏପ୍ରିଲ-ସେପ୍ଟେମ୍ବର)ରେ ମାଲ ପରିବହନ ଏବଂ ଯାତ୍ରୀ ପରିବହନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ମାଲ ପରିବହନରେ ୧୧.୩୩ % ଅଭିବୃଦ୍ଧି ହାସଲ କରିଛି। ଏପ୍ରିଲ-ସେପ୍ଟେମ୍ବର ୨୦୨୫ ମଧ୍ୟରେ ପୂର୍ବତଟ ରେଳପଥ ଗତ ବର୍ଷ ସମାନ ଅବଧିରେ ୧୨୩.୬ ନିୟୁତ ଟନ ତୁଳନାରେ ୧୩୭.୬ ନିୟୁତ ଟନ ମାଲ ପରିବହନ କରିଛି।  ଯାହାକି ୧୧.୩୩ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି।

ମାଲ ପରିବହନ ମଧ୍ୟ ରାଜସ୍ୱ ବୃଦ୍ଧିରେ ଯଥେଷ୍ଟ ଅବଦାନ ରଖିଛି। ପୂର୍ବତଟ ରେଳପଥ ସାମଗ୍ରୀ ପରିବହନରୁ ୧୪,୧୬୨.୫୮କୋଟି ଆୟ କରିଛିଯାହା ଗତ ବର୍ଷର ସମାନ ଅବଧିରେ ୧୨,୮୦୮.୩୦ କୋଟି ଥିଲା ଯାହା ୧୦.୫୭ % ବୃଦ୍ଧି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଜୋନର ମୋଟ ରାଜସ୍ୱ ଆୟ ୧୫,୫୭୧.୦୮ କୋଟିରେ ପହଂଚିଛି ଯାହା ଗତ ବର୍ଷ ସମାନ ଅବଧିରେ ୧୪,୨୨୭.୧୮ କୋଟି ଥିଲା, ଯାହା ୯.୪୫% ବୃଦ୍ଧିକୁ ପ୍ରତିଫଳିତ କରେ।

ଯାତ୍ରୀ ପରିବହନ କ୍ଷେତ୍ରରେ  ପୂର୍ବତଟ ରେଳ ପଥ ଏପ୍ରିଲ-ସେପ୍ଟେମ୍ବର ୨୦୨୫ ମଧ୍ୟରେ ୪୮.୨୧ ନିୟୁତ ଯାତ୍ରୀ ପରିବହନ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୪୫.୫୬ ନିୟୁତ ଯାତ୍ରୀ ପରିବହନ କରିଥିଲା ​​ ଯାହା ୫.୮୧% ବୃଦ୍ଧିକୁ ସୂଚିତ କରୁଛି । ପୂର୍ବତଟ ରେଳପଥ ଭାରତର ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ନେଟୱାର୍କକୁ ସୁଦୃଢ଼ ​​କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି।  ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଗତିଶୀଳତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ।