ନୂଆଦିଲ୍ଲୀ ୩୦/୦୯: ଅଷ୍ଟମ ବେତନ ଆୟୋଗକୁ ସମ୍ପୂର୍ଣ୍ଣ ଲାଗୁ ହେବାରେ ୨୦୨୮ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଗତ ଜାନୁଆରୀରେ କେନ୍ଦ୍ର କ୍ୟାବିନେଟ୍ ଏହାକୁ ମଞ୍ଜୁରି ଦେଇଥିଲା । କିନ୍ତୁ ଏ ଯାଏ ସରକାରୀ ବିଜ୍ଞପ୍ତି ଆସିନାହିଁ । ଟର୍ମସ ଅଫ୍ ରେଫରେନ୍ସ ଚୂଡ଼ାନ୍ତ ହୋଇନାହିଁ କିମ୍ବା କମିସନସଦସ୍ୟଙ୍କ ତାଲିକା ବି ଜାରି ହୋଇନାହିଁ । ଏହା ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବ । ଅର୍ଥାତ୍ କର୍ମଚାରୀଙ୍କୁ ୨ ବର୍ଷର ବକେୟା ମିଳିବ ।
ନୂଆ ବେତନ ଆୟୋଗ ଲାଗୁ ହେବା ଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍ସନଭୋଗୀଙ୍କୁ ଫାଇଦା ମିଳିବ । ଲେବୁଲ୍-୧ କେନ୍ଦ୍ର କର୍ମଚାରୀଙ୍କ ମୂଳ ଦରମା ୧୮ ହଜାର ଟଙ୍କାରୁ ବଢ଼ି ୪୪ ହଜାର ଟଙ୍କା ହୋଇପାରେ । ଆୟୋଗ ୨.୪୬ ଫିଟ୍ମେଣ୍ଟ୍ ଫ୍ୟାକ୍ଟରକୁ ଲାଗୁ କରିପାରେ ।