ନୀଳଗିରି, ୧୧/୧୦ : ଅସୁରକ୍ଷିତ ପାଲଟିଛି କୂଳଡ଼ିହା ଅଭୟାରଣ୍ୟ। ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ। କେବଳ ନାଁକୁ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛି ବାଲେଶ୍ଵ ଜିଲ୍ଲା ବନଖଣ୍ଡ। ସଚେତନ କରୁଛି, ବିଭିନ୍ନ ଲୋକଙ୍କୁ ସମ୍ବର୍ଦ୍ଧିତ ବି କରୁଛି। ହେଲେ ବାସ୍ତବରେ ଫଳ ଶୂନ। କେହି ସଚେତନ ହେଉନାହାଁନ୍ତି କି ଦନ୍ତା ଶିକାର ବି ବନ୍ଦ ହେଉନି। ଗତ ଦୁଇ ବର୍ଷ ଭିତରେ ୧୫ଟି ହାତୀ ମରି ସାରିଲେଣି। ଆଜି ଅଭୟାରଣ୍ୟରୁ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ଆମ୍ବଝର ନିକଟ ଏକ ବିଲରୁ ହାତୀର ମୃତଦେହ ମିଳିଛି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।