​​​​​​​ଭୁବନେଶ୍ବର ୫।୧୦: ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ କ୍ରାଇମବ୍ରାଞ୍ଚ ଚଢାଉ ଜାରି ରହିଛି। ଚଢାଉ ବେଳେ  ପରୀକ୍ଷା ଦୁର୍ନୀତିର ଗୁମର ଖୋଲିବା ସହ ନୂଆ ତଥ୍ୟ  ସାମ୍ନାକୁ ଆସୁଛି। ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଫେକ୍  ପରୀକ୍ଷ କେନ୍ଦ୍ର ଠାବ କରିଛି। ଏହି କେନ୍ଦ୍ରଗୁଡିକୁ କ୍ରାଇମବ୍ରାଞ୍ଚ ସିଲ୍ କରିଛି।

ଏହି ସବୁ କେନ୍ଦ୍ରରେ ସର୍ଭର ରୁମ୍ ଅଛି । ଆଉ ପରୀକ୍ଷାର୍ଥୀଙ୍କ ତାଲିକା ମଧ୍ୟ ରହିଛି । ଏହି ସ୍ଥାନରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ଠାରୁ ଆରମ୍ଭ କରି ଟଙ୍କା ଡ଼ିଲ୍ ହେଉଥିଲା । ଶଙ୍କର ପୃଷ୍ଟି ଲଗାତାର ଏହି ସ୍ଥାନରେ ଆସି ଆଶାୟୀଙ୍କ ସହ ଡ଼ିଲ୍ କରୁଥିବା ସୁରାକ ପାଇଛି କ୍ରାଇମବ୍ରାଞ୍ଚ । ଏହି ଫେକ୍ ପରୀକ୍ଷା ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ଟିମ୍ ରେଡ୍ କରିବା ସହ ସିଲ୍ ମଧ୍ୟ କରିଛି ।

ବାଲେଶ୍ଵର, ପୁରୀ, ଗଜପତି ଜିଲ୍ଲାରେ ଗୋଟିଏ ଲେଖାଏଁ ଫେକ୍ ସେଣ୍ଟର ଠାବ କରିଛି। ସେହିପରି ବ୍ରହ୍ମପୁରରେ ୩ଟି  ଫେକ୍ ସେଣ୍ଟର, ଭୁବନେଶ୍ବରରେ ୨ଟି, କଟକରେ ୨ଟି, ଭବାନୀପାଟଣାରେ ୨ଟି ଫେକ୍ ପରୀକ୍ଷା ସେଣ୍ଟର ଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆ ଯାଇଛି।

ଶଙ୍କର ପୃଷ୍ଟି ସାରା ରାଜ୍ୟରେ ଥିବା ଆଶାୟୀ ମାନଙ୍କୁ ବିଭିନ୍ନ ସ୍ଥାନରେ ଫେକ୍ ଅଫିସ୍ ଏବଂ ନକଲି ପରୀକ୍ଷା ସେଣ୍ଟର କରି ଟଙ୍କା ନେଉଥିବା କ୍ରାଇମବ୍ରାଞ୍ଚ ଅଫିସର୍ ସୂଚନା ଦେଇଛନ୍ତି ।