ଦିଗପହଣ୍ଡି ୧୫।୯ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ୟୁରିଆ ସାର ସଙ୍କଟ ଟଲୁନି। ପ୍ରତ୍ୟେକ ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ)ରେ ଚାଷୀ ଅସନ୍ତୋଷ ଲାଗି ରହିଛି। କେଉଁଠି ଆବଶ୍ୟକ ପରିମାଣରେ ସାର ଯୋଗାଣକୁ ନେଇ ତ ଆଉ କେଉଁଠି ସାର କଳା ବଜାରକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସାର ପାଇଁ ଚାଷୀ ବ୍ରହ୍ମପୁର -ଦିଗପହଣ୍ଡି ରାସ୍ତା ଅବରୋଧ କରିଛନ୍ତି।

ସିଦ୍ଧେଶ୍ୱର ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଅଧିନସ୍ଥ ଚାଷୀମାନେ ସାର ପାଇଁ ଦିଗପହଣ୍ଡି -ବ୍ରହ୍ମପୁର ରାଜପଥରେ ଟାୟାର ଜାଳି ଅବରୋଧ କରିଥିଲେ।  ଶେଷରେ ଦିଗପହଣ୍ଡି ପୁଲିସି ଓ ତହସିଲଦାର ଘଟଣା ସ୍ଥଳକୁ ଆସି ଉତ୍ତେଜିତ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ସେମାନଙ୍କ ଉପସ୍ଥିତରେ ସମିତିର  ପଞ୍ଜୀକଚାଷୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସାର ବଣ୍ଟନ କରାଯାଇଥିଲା।