ଜହ୍ନlପଙ୍କ, ୧୩/୯: ୟୁରିଆ ସାର ଯୋଗାଣ ଦାବିରେ ଚାଷୀମାନେ ଖୁଣ୍ଟବନ୍ଧ ପାକ୍ସ ଆଗରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି।
ଖୁଣ୍ଟବନ୍ଧ ପାକ୍ସକୁ ଆସିଥିବା ୬୦୦ ବସ୍ତା ୟୁରିଆ ସାର ବଣ୍ଟନ ସମିତି ପରିସରରେ ଆରମ୍ଭ କରା ଯାଇଥିଲା l ସାର ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ କରି ଧାଡିରେ ଥିବା ଚାଷୀ ମାନେ ପାଟି ତୁଣ୍ଡ କରିବା ଫଳରେ ସାର ବଣ୍ଟନ ବନ୍ଦ ରହିଥିଲା l ଫଳରେ ସକାଳୁ ଆସି ବସ୍ତାଏ ସାର ପାଇଁ ଦିନ ସାରା ଅପେକ୍ଷା କରିଥିବା ଚାଷୀ ମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ | ଜାତୀୟ ରାଜପଥର ଖୁଣ୍ଟବନ୍ଧ ଠାରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି l ଜନ୍ହାପଙ୍କ ଫାଣ୍ଡି ଅଧିକାରୀ ପ୍ରାଣ ବନ୍ଧୁ ସାହୁ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ।