କଟକ, ୨୨।୯ : କଟକରେ ଗର୍ଜିଲେ ହଜାର ହଜାର ଚାଷୀ। ନବ ନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀ ଶୋଭାଯାତ୍ରାରେ ଖାନନଗର ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ବିଶେଷ କରି ଚାଷୀଙ୍କ ସ୍ବାର୍ଥ ପାଇଁ ୧୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବା ପାଇଁ ହଜାର ହଜାର ଚାଷୀ ଆସି କଚେରୀ ଗଡାରେ ପହଞ୍ଚିଥିଲେ।

​​​​​​​ଜିଲ୍ଲାପାଳ ଅନୁପସ୍ଥିତ ଥିବା କାରଣରୁ ହଜାର ହଜାର ଚାଷୀ ଜିଲ୍ଲାପାଳ ଧାରଣା ସ୍ଥଳକୁ ଆସି ଦାବି ପତ୍ର ଗ୍ରହଣ କରିବା ପାଇଁ ଜିଦ୍ ଧରି ବସିଥିଲେ। ଜିଲ୍ଲାପାଳ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା କାରଣରୁ ଅତିରିକ୍ତ ଜିଲ୍ଲାପାଳ ଧାରଣା ସ୍ଥଳରୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ବିଶେଷ କରି ଧାନ ରେଟ୍, ଚାଷୀ ବୀମା, ମାଗଣା ବିଦ୍ୟୁତ୍ ଭଳି ୧୬ ଟି ଦାବି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ନବ ନିର୍ମାଣ କୃଷକ ସଂଗଠନ ର କଟକ ଶାଖା ଦାବିପତ୍ର ଦେଇଥିବା କଥା କହିଛନ୍ତି ସଂଗଠନ ତ ମୁଖ୍ୟ ଅକ୍ଷୟ କୁମାର। ସେହିଭଳି କୃଷକ ସଂଗଠନ ପକ୍ଷରୁ ଦାବିପତ୍ର ଗ୍ରହଣ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇବୁ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।