ହରଭଙ୍ଗା,୧୧।୯ ; ବୌଦ୍ଧ ବନଖଣ୍ଡ ଓ ଜିଲ୍ଲା କେନ୍ଦୁପତ୍ର ବିଭାଗ ପକ୍ଷରୁ ମିଳିତ ଭାବେ ବାମଣ୍ଡା ବିଘ୍ନରାଜ ମେଗା ନର୍ସରୀ ଠାରେ ଜିଲ୍ଲା ସ୍ତରୀୟ ବନ କର୍ମଚାରୀ ସହିଦ ଦିବସ ପାଳନ ହୋଇଯାଇଛି l ସହିଦ ସ୍ମୃତି ଚାରଣ ସ୍ତମ୍ଭ ନିକଟରେ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ ଓ କେନ୍ଦୁପତ୍ର ଅଧିକାରୀ ସତ୍ୟବାଦୀ ବାଦି ଉପସ୍ଥିତ ରହି ସହିଦ ଙ୍କ ସୃତି ଚାରଣ ସହିତ ନିରବ ପ୍ରାର୍ଥନା କରିଥିଲେ

 ବୌଦ୍ଧ ଜିଲ୍ଲାର ଦୁଇ ଜଣ ସହିଦ କର୍ମଚାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରିଥିଲେ l ଏହି ସହିଦ ଦିବସ ଓଡିଶା ବନ ଉନ୍ନୟନ ନିଗମର ଅଧିକାରୀ ପ୍ରଭାକର ନାଏକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ACF,ଜିଲ୍ଲା ସ୍ତରୀୟ ବନ ବିଭାଗ ଅଧିକାରୀ, କର୍ମଚାରୀ ସାମିଲ ରହିଥିଲେ