​​​​​​​ହରଭଙ୍ଗା, ୧୯।୧୦ : .ପଂଚାୟତ ରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାର ଙ୍କ ଆନୁକୂଲ୍ୟରେ ରାଜ୍ୟ ରେ ୪୭୧ଟି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ତ୍ୟଦୋୟ ଗୃହ ଯୋଜନାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ ଉଦଘାଟନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ବିଡ଼ିଓ ବିଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ବୌଦ୍ଧ ବିଧାୟକ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ଆଭାସୀରେ ଯୋଗ ଦେଇଥିଲେ l ଏହି ଆଭାସୀ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ, ଜନ ପ୍ରତିନିଧି ସ୍ଥାନୀୟ ଜନତା ମଧ୍ୟ ସାମିଲ ରହିଥିଲେ l କାର୍ଯ୍ୟକ୍ରମ ପରେ ବ୍ଲକରେ ସର୍ବ ପ୍ରଥମେ ସରକାରଙ୍କ ଏହି ଯୋଜନାର ନୂତନ ପଂଚାୟତ ଗୃହ ବାଣିଭୂଷଣ ପୁର ପଂଚାୟତ ପରିସରରେ ମୁଖ୍ୟ ଅତିଥିଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା l

ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ବିଡ଼ିଓଙ୍କ ସମେତ, ସ୍ଥାନୀୟ ସରପଞ୍ଚ  ପିତାମ୍ବର ପୁର ସରପଞ୍ଚ ଅଜିତ କୁମାର ବାରିକ, ବିଜେପି ନେତା କୈଳାଶ ଅଗ୍ରୱାଲ, ୮ନଂ ଜୋନ ପୂର୍ବତନ ମଣ୍ଡଳ ସଭାପତି ବାମନ ବାରିକ, ପଂଚାୟତ ନିର୍ବାହୀ  ଅଧିକାରୀ ସନ୍ତୋଷ ରଣା,ଏ ପି ଓ ହେମନ୍ତ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା, ସହକାରୀ ଯନ୍ତ୍ରୀ ଙ୍କ ସମେତ ପଂଚାୟତ ବାସି ଉପସ୍ଥିତ ରହିଥିଲେ l ଅନ୍ୟ ପଟେ ତୃତୀୟ ପଯ୍ୟାୟରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଛାଡି ୨୮ଟି ଜିଲ୍ଲାରେ ୪୮,୬୯୩ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ଘୋଷଣା କରିଛନ୍ତି