ମାଲକାନଗିରି,୧୮/୧୦(ଆ.ପ୍ର)   ମାଲକାନଗିରି ସହର ରେ ଗତ କିଛିଦିନ ହେଲା ଗୋଟିଏ ବୁଲା ଷଣ୍ଢର ଦୌରାତ୍ମରେ ଭୟ ଓ ଆତଙ୍କିତ ହୋଇ ପଡିଛନ୍ତି ସହର ବାସୀ। ଗତ ଦୁଇ ଦିନ ମଧ୍ୟରେ ଷଣ୍ଢ ଆକ୍ରମଣ ରେ ୪ ଜଣ ଆହତ ହୋଇଥିବା ର ଜଣାପଡିଛି।ଏହି ଷଣ୍ଢ ଟି ସହର ବଜାର ଓ ସାହିବସ୍ତି ରେ ଘୁରିବୁଲୁଛି ବାଟୋଇ ଓ ବାଇକ ଆରୋହୀଙ୍କୁ ଦେଖିଲେ ଗୋଡ଼ାଇ ଗୋଡ଼ାଇ ସିଂଘ ରେ ଭୁସି ମାରୁଛି ଇତି ମଧ୍ୟରେ କୁମୁଟି ଗୁଡା, ୧୧୯ କଲୋନୀ, ବାଲିମେଳା ଛକ ରେ ତିନିଜଣ ବାଟୋଇ ଓ ଜଣେ ବାଇକ ଆରୋହୀ ଏହି ଷଣ୍ଢ ଆକ୍ରମଣ ରେ ଆହତ ହୋଇଥିବାର ଜଣାପଡିଛି।

ମାଲକାନଗିରି ସହର ଓ ସାହିବସ୍ତିରେ ଷଣ୍ଢ ସହିତ ଗାଇଗୋରୁ ବାରମ୍ବାର ରାସ୍ତା ମଝି ରେ ଶୋଇ ରହିବା ଓ ବୁଲା ବୁଲି କରିବା ଦ୍ୱାରା ଯାତାୟତ ଓ ଯାନବାହାନ ଚଳାଚଳ ରେ ବାଧା ସୃଷ୍ଟି ହେଉଛି। ଏମିତି କି ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ମାଲକାନଗିରି ସହରରେ ବୁଲା ଗୋରୁଗୋଇ ଙ୍କ କବ୍‌ଜାରେ ରହିଛିଯାହା ଫଳରେ  ଯାନ ବାହନ ଚଳାଚଳରେ ବାଧା ସୃଷ୍ଟି ହେବା ସହ ପ୍ରତିଦିନ ଦୁର୍ଘଟଣାରେ ଆହତ ହେଉଛନ୍ତି ବାଟୋଇ ଓ ବାଇକ ଆରୋହି

ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ମାଲକାନଗିରି ପୌରପରିଷଦର କାଞ୍ଚିଆହୁଦା ନାମକୁ ମାତ୍ର ରହିଛି । ଜାତୀୟ ରାଜପଥ,କଲୋନି ଗୁଡିକରେ ବୁଲା ଗୋରୁ ଗାଈ ଙ୍କ ଆଶ୍ରୟ ସ୍ଥଳ ପାଲଟିଥିବାରୁ ସହରବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।ପ୍ରାୟ ସମୟରେ ରାସ୍ତାମଝିରେ ଗୋରୁ,ଗୋଈ ଶୋଇରହିବା ଯୋଗୁ ବାରମ୍ବାର ଦୁର୍ଘଟଣା ମାନଘଟି ଅନେକ ବାଇକ ଆରୋହି ଓ ବାଟୋଇ ଆହତ ହୋଇଛନ୍ତି । ବୁଲା ଗୋରୁଗାଇଙ୍କ ଦୌରାତ୍ମରେ ଅତିଷ୍ଠ ହୋଇ ସହରବାସି ପୌରରିଷଦରେ ଅଭିଯୋଗ କଲାପରେ ଦିନେ ଦୁଇଦିନ ଡାକବାଜି ଯନ୍ତ୍ର ଯୋଗେ ଗୋରୁଗାଈ ମାନଙ୍କୁ ରାସ୍ତାକୁ ନଛାଡିବାପାଇଁ ଘୋଷାଣା କରାଯାଇ ଚୁପ ଚାପ ରହି ଯାଉଥିବାରୁ ତାପରେ ଯେଉଁ କଥାକୁ ସେକଥା ହେଲା । ଆଗ ତୁଳାନାରେ ଆହୁରି ଅଧିକ ଗୋରୁଗାଈ ରାଜରାସ୍ତାରେ ମାଳ ମାଳ ହୋଇ ଶୋଇରହୁଥିବାର ଦେଖା ଯାଉଛି ।

ପୌରପରିଷଦ ଅଧିନସ୍ଥ ଏମଭି ୨ଗ୍ରାମ ତମସା ନଦୀ ନିକଟରେ ଗତ ୨୦୨୧ ମସିହା ଏପ୍ରିଲ ମାସ ୬ତାରିଖରେ ଲକ୍ଷାଧିକ ଟଙ୍କା ବ୍ୟୟରେ କାଞ୍ଚିଆହୁଦା ଟିଏ ନିର୍ମାଣକରାଯାଇଥିଲା । ବୁଲା ଗାଇ ଗୋରୁଙ୍କୁ ରଖିବା ନିମନ୍ତେ କାଞ୍ଜିଆନୁଦା ଟିଏ ନିର୍ମାଣକରାଯାଇ ଥିଲେ ମଧ୍ୟ ସେଠାରେ କୌଣସି ଗୋରୁଗାଇ ରହୁନଥିବାର ଜଣାପଡିଛି । ସହର ଓ ସାହିବସ୍ତିର କିଛି ଲୋକ ଗାଇଙ୍କ ଠାରୁ ଖିର କାଢିସାରି ବାହାରକୁ ଛାଡିଦେଇଥାନ୍ତି । କର୍ତ୍ତୃପକ୍ଷ ବୁଲା ଗୋରୁ ଗାଇ ଙ୍କ ମାଲିକ ମାନଙ୍କୁ ଚିହ୍ନହଟ କରି ଅର୍ଥଦଣ୍ଡ ଦେଉନଥିବା କିମ୍ବା କାଞ୍ଚିଆହୁଦା ରେ ରଖିପାରୁ ନଥିବାରୁ ଦିନକୁ ଦିନ ଗାଇ ଗୋରୁ ଷଣ୍ଢ ଗୁଡିକ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟରାଜପଥ ଓ ପୌରପରିଷଦ ର ରାସ୍ତାଘାଟ,ସାହିବସ୍ତି ଗୁଡିକରେ ଶହ ଶହ ସଂଖ୍ୟାରେ ଗୋରୁ ଗାଇ ବୁଲିବା ସହିତ ରାସ୍ତା ମଝିରେ ରାସ୍ତାକୁ ଅବରୋଧ କରି ଶୋଇରହୁଥିବାରୁ ଟ୍ରାଫିକ ଜାମ ହୋଇ ଦୁର୍ଘଟଣା ବଢିଚାଲିଛି ।

ଏହି ଗୋରୁ ଗାଇ ଗୁଡିକ ରାସ୍ତାମଝିରେ ମଳତ୍ୟାଗକରି ପରିବେଶ ଦୂଷିତ କରିବା ସହ ବିଭିନ୍ନ ଲୋକମାନଙ୍କର ବାଇକ  ରେ ଟଙ୍ଗା ହୋଇଥିବା ବ୍ୟାଗ ଟାଣି ନେଇ ପନିପରିବା, ଖାଦ୍ୟ ସାମଗ୍ରୀ ନଷ୍ଠ କରିବା ସହ ଘରବାଢି, ଫୁଲବଗିଚାରେ ପଶି ଫସଲ ଓ ଫୁଲଗଛଗୁଡିକୁ ଖାଇ ଦେଉଛନ୍ତି । ତୁରତ ପୌରପରିଷଦ ପକ୍ଷରୁ କାଞ୍ଚିଆହୁଦା ରେ ରଖି ଗୋରୁ ଗାଇ ମାଲିକ ମାନଙ୍କୁ ଅର୍ଥଜୋରିମାନା ସହିତ ତାଗିଦ କରିବାପାଇଁ ସହରବାସିଙ୍କ ପକ୍ଷରୁ ଦାବି ହେଉଛି ।