କଣ୍ଟାମାଳ,୫/୯ : ଗଞ୍ଜେଇ ମୁକ୍ତ ଓଡ଼ିଶା ଗଠନ କରିବାରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଅପରେସନ ପ୍ରହାରରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନାର ପ୍ରଥମ ପ୍ରହାର ଭାବେ ୩୫୦କେଜି ଗଞ୍ଜେଇ ଥାନା ଅଞ୍ଚଳର ଗୁଡମେଣ୍ଡା ଜଙ୍ଗଲରୁ ଜବତ କରାଯାଇଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଘଣ୍ଟାପଡ଼ା ଥାନା ପୁଲିସ ଖବରପାଇ ନାରାୟଣପ୍ରସାଦ ପଞ୍ଚାୟତ ଗୁଡ଼ମେଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚୋରାଚାଲାଣ ପ୍ରସ୍ତୁତି ଚାଲିଥିବା ସମୟରେ ପୁଲିସ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଥିଲା। ପୁଲିସକୁ ଦେଖି ଚୋରାଚାଲାଣକାରୀମାନେ ଦଉଡ଼ି ଫେରାର ହୋଇଯାଇଥିଲେ। ପୁଲିସ ଉକ୍ତ ଗଞ୍ଜେଇକୁ ଜବତ କରି କେଶ ନଂ୧୨୪/୨୫ରେ ଏକ ମାମଲା ରୁଜୁ କରି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରିବାରୁ ୩୫୦କେଜି ହୋଇଥିଲା। ଉକ୍ତ ମାମଲାକୁ ପୁଲିସ ଗମ୍ଭୀରତାର ସହ ଗ୍ରହଣ କରି ଅଧିକ ତଦନ୍ତ ଚାଲୁ ରହିଥିବା ନେଇ ଥାନାଧିକାରୀ ବାଲ୍ମିକ ପ୍ରଧାନ ଓ ତଦନ୍ତ ଅଧିକାରୀ ଏସ୍ଆଇ ମାଧବଚ଼ନ୍ଦ୍ର ଟାକ୍ରି ପ୍ରକାଶ କରିଛନ୍ତି । ସେହିପରି କଣ୍ଟାମାଳ ପୁଲିସର ଏକ ଟିମ୍ ରୁଣ୍ଡି ମହୁଲ ଗ୍ରାମରେ ଚଢ଼ଉ କରିଥିଲା I ଚଢଉ ସ୍ଥାନରୁ ୧୩କେଜି ଗଂଜେଇ ବାହାରିଥିଲା । ଫଳରେ ଗଂଜେଇ ସହ ଅଭିଯୁକ୍ତ ଆନନ୍ଦ ଖଟୁଆକୁ ଗିରଫ କରିଥିଲା ପୁଲିସ I ତେବେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ସେହିପରି କଣ୍ଟାମାଳ ପୁଲିସକୁ ମିଳିଛି ସଫଳତା I ଲକ୍ଷାଧିକ ଟଙ୍କାର ଗଂଜେଇ ଶହ ଗାଡ଼ି ଜବତ କରିଛି l

ସୂଚନା ଅନୁସାରେ କଣ୍ଟାମାଳ ଥାନା ଉଦେପୁର ନିକଟରେ ଗଂଜେଇ ଚୋରାଚାଲାଣ ନେଇ କଣ୍ଟାମାଳ ପୁଲିସ ଖବର ପାଇ ଏକ ଟିମ ଚଢ଼ଉ କରିଥିଲା । ଘଟଣାସ୍ଥଳରୁ ଚାଳକ ଚମ୍ପଟ ମାରିଥିଲା I ଗାଡିରୁ ବିପୁଳ ଗଂଜେଇ ବାହାରିଥିଲା I ମାଜେଷ୍ଟଟଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରାଯାଇଥିଲା I ଓଜନ ପରେ ୮୮କେଜି ଗଂଜେଇ ବାହାରିଥିଲା I ଥାନାରେ ମାମଲା ରୁଜୁ କରି ତଦନ୍ତ ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି I