ବଲାଙ୍ଗୀର,୧୩/୧୦: ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୁଲିସ । ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିଲା ନୀଳଜହର । ବଲାଙ୍ଗୀର ଜିଲ୍ଲା କୁରେଭନା ଛକ ନିକଟରେ ପୁଇଁତଳା ପୁଲିସ ସକାଳ ୬ଟାରେ ପାଟ୍ରୋଲିଂ କରୁଥିବା ବେଳେ ହାବୁଡ଼ରେ ପଡ଼ିଥିଲେ ମାଫିଆ । ଗଞ୍ଜେଇ ଚାଲାଣ ହେଉଥିବା ବୋଲେରୋକୁ ପୁଲିସ ଜବତ କରିଛି । ଚାଲାଣକାରୀଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଧରିପଡ଼ିଥିବା ବେଳେ ୨ଜଣ ଚମ୍ପଟ୍ ମାରିଛନ୍ତି ।    

​​​​​​​ଅଟକ ଥିବା ଅଭିଯୁକ୍ତକୁ ପଚରାଉଚରା କରିଛି ପୁଇଁତଳା ପୁଲିସ । ଗାଡ଼ିଟି ଛତପିପଲ ମେହେରମୁଣ୍ଡା ରାସ୍ତା ଦେଇ ଭାଲେର ବାଟରୁ ବାହାରି ମଧ୍ୟପ୍ରଦେଶକୁ ଯାଇଥାନ୍ତା । ତେବେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କେତେ ଗଞ୍ଜେଇ ଚାଲାଣ ହେଉଥିଲା ଓଜନ କଲା ପରେ ଜଣାପଡ଼ିବ ବୋଲି ପୁଇଁତଲା ଥାନା ଅଧିକାରୀ ଅନିତା ପ୍ରଧାନ କହିଛନ୍ତି l​​​​​​​​​​​​​​