​​​​​​​ଦଶପଲ୍ଲା ୧୩।୧୦(ଆପ୍ର) : ମାଓବାଦୀଙ୍କ ନାଁରେ ଲୁଟ୍। ଦଶପଲ୍ଲା ବ୍ଳକ ଅନ୍ତର୍ଗତ ନଛିପୁର ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ଲୁଟ୍ । ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି।

ରବିବାର ରାତି ଦୁଇଟା ସମୟରେ ଆଠ ଜଣ ଦୁର୍ବୃତ୍ତ ନଛିପୁର ଗ୍ରାମର ବିଜୟ ଗୋଛାୟତଙ୍କ ଘର କବାଟ ବାଡେଇ ଥିଲେ। ବିଜୟ କିଏ ବୋଲି କହି କବାଟ ଖୋଲିଥିଲେ। ଆଠଜଣ ମୁଖା ପିନ୍ଧି ଥିବା ଯୁବକ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରି ଘର ଭିତରେ ପଶିଥି। ଏଥିସହିତ ଆଲମିରା ଚାବି ମାଗିଥିଲେ ଆଲମିରାରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇ ପଳାଇ ଥିଲେ। ପରେ  ଘଟଣା ସମ୍ପର୍କରେ ବିଜୟ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ ।  ଦଶପଲ୍ଲା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର  ତଦନ୍ତ କରିଛନ୍ତି। ଖୁବ୍ ଶୀଘ୍ର ଅପରାଧୀ ଧରାହେବ ବୋଲି ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ସୂଚନା ଦେଇଛନ୍ତି।