ନୀଳଗିରି, ୬/୯(ଆ.ପ୍ର): ଏବେବି ଗୁଣି ଗାରେଡ଼ିକୁ ବିଶ୍ୱାସ କରୁଛନ୍ତି ଆଜିକାଲିର ଲୋକ। ଏହାକୁ କେନ୍ଦ୍ର କରି ହଣା କଟା ଲାଗି ଗୁରୁତର ହୋଇଥିବା ବେଳେ ଉଭୟ ନିଳଗିରି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଉଭୟଙ୍କ ପକ୍ଷରୁ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଏହା ଗୁଣି ଗାରେଡ଼ି ଘଟଣା ନୁହଁ ବରଂ ଜମି ଜମା କୁ ନେଇ ଘଟଣା ଘଟିଥିବାର ଶୁଣିବାକୁ ମିଳିଛି।
ସୂଚନା ଅନୁସାରେ ନୀଳଗିରି ଥାନା ଅନ୍ତର୍ଗତ ମିରିଗିଣି ଗ୍ରାମର ଶନିବାର ଦିନ ବିଦୁକର ସ୍ବାଇଁ ଙ୍କ ଘରେ ଉକ୍ତ ଗ୍ରାମର ମାୟା ଦେଉରି ଓରଫ ଦନାକ ପୂଜା କରୁଥିଲା। କାଳେ ଗୁଣି ଗାରେଡ଼ି କରି ଫୁଲ ଅରୁଆ ଚାଉଳ ଆଣି ଉକ୍ତ ଗ୍ରାମର ମାନସ ସ୍ବାଇଁଙ୍କ ଘର ଦାଣ୍ଡରେ ପକାଇ ଥିବା ନେଇ ବିଦୁକର ସ୍ୱାଇଁଙ୍କ ଘରେ ଥିବା ମାୟାକୁ ମୋନରଞ୍ଜନ ସ୍ୱାଇଁ, ମାନସ ସ୍ବାଇଁ ମିଳିତ ଭାବେ ଗାଳି ଗୁଲଜ କରିବା ସହ ପିଟିଥିଲେ। ବିଦୁକର ଏହାକୁ ପ୍ରତିବାଦ କରିବାରୁ ମନୋରଞ୍ଜନ ସ୍ବାଇଁ, ମାନସ ସ୍ବାଇଁ, ପୁନି ସ୍ବାଇଁ, ଲିଜା ସ୍ୱାଇଁ ମିଶି ଗାଳି ଗୁଲଜ କରିବା ସହ ଠେଙ୍ଗାରେ ବାଡେଇବାରୁ ବିଦୁକରର ଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ବିଦୁକରର ପୁଅ ଲକ୍ଷ୍ମୀଧର ଏହାର ପ୍ରତିବାଦ କରିବାରୁ ତାକୁ ମଧ୍ୟ ମାଡ଼ ମାରିଥିଲେ। ମୋ ଘରକୁ ମଜୁରୀ ପଇସା ନେବା ପାଇଁ ମାୟା ଦେଉରୀ ଆସିଥିଲା, କୌଣସି ଗୁଣି ଗାରେଡ଼ି ପୂଜା କରାଯାଇ ନାହିଁ ବୋଲି ବିଦୁକର ସ୍ବାଇଁ ପ୍ରକାଶ କରିଛନ୍ତି। ଏପଟେ ମାନସ କୁମାର ସ୍ୱାଇଁ ଶନିବାର ଦିନ ଦୁଇଟା ସମୟରେ ଘରେ ଥିବା ବେଳେ ହଠାତ୍ ତାର ଦାଦା ବିଦୁକର ସ୍ୱାଇଁ ଓ ତାର ପୁଅ ଲକ୍ଷ୍ମୀଧର ସ୍ବାଇଁ ପହଞ୍ଚି ମାନସର ସାନଭାଇ ମନୋରଞ୍ଜନକୁ ଅଭଦ୍ର ଭାଷା ଗାଳି ଗୁଲଜ କରିବା ସହ ବିଧା, ଗୋଇଠା ମାରି ସହ ଠେଙ୍ଗାରେ ବାଡେଇଥିଲେ। ପାଟି ଶୁଣି ମାନସ ପ୍ରତିବାଦ କରିବାରୁ ତାକୁ ମଧ୍ୟ ମାଡ଼ ମାରି ଥିଲେ। ଏପରିକି ଦୁଇ ଜଣ ରକ୍ତାକ୍ତ ଅବସ୍ଥାରେ ନୀଳଗିରି ମେଡିକାଲରେ ଚିକିତ୍ସିତ ହୋଇଥିବାର ଜଣା ପଡ଼ିଛି।
ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଘଟଣା ଘଟିଥିବାର ମନୋରଞ୍ଜନ କହୁଥିବା ବେଳେ ଅପର ପକ୍ଷ ଏହା ସମ୍ପୂର୍ଣ୍ଣ ମିଛ, ବରଂ ଜମିବାଡିକୁ କେନ୍ଦ୍ର କରି ଆମକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ବିଦୁକର ସ୍ୱାଇଁ ପ୍ରକାଶ କରିଛନ୍ତି। ଏନେଇ ନିଳଗିରି ଥାନାରେ ଲକ୍ଷ୍ମୀଧର ସ୍ୱାଇଁଙ୍କ ଏତଲା ମୂଳେ ୩୫୩/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦଫା ୧୨୬(୨),୨୯୬,୧୧୫(୨),୧୧୭(୨),୭୪,୩୫୧(୨)(୩)୫ବି, ଏନ.ଏସ ଧାରାରେ ରୁଜୁ ହୋଇଛି। ଏପଟେ ମାନସ କୁମାର ସ୍ୱାଇଁଙ୍କ ଅଭିଯୋଗ ମୂଳେ ନୀଳଗିରି ଥାନାରେ ୩୫୩/୨୫ରେ ମାମଲା ରୁଜୁ ହୋଇଥିବା ବେଳେ ଦଫା ୧୨୬(୨),୨୯୬,୧୧୫(୨),୩୫୧(୨),୩(୫) ବି.ଏନ୍.ଏସ ରେ ରୁଜୁ ହୋଇଥିବାର ପୋଲିସ୍ ପ୍ରକାଶ କରିବା ସହ ତୁରନ୍ତ ଜାରି ରହିଛି ବୋଲି ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ ପ୍ରକାଶ କରିଛନ୍ତି।