ନମୌଜା,/୧୧ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ପଞ୍ଚାୟତ ରାଣୀପୋଖରୀ ଗ୍ରାମରେ ଆଜି ମଧ୍ୟାହ୍ନ  ସମୟରେ ଦୁଇ ଗୋଷ୍ଠି ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିଛି l ଉକ୍ତ ଗ୍ରାମର ଅର୍ଜୁନ ମଳିକଙ୍କ ଆଳି ଥାନାରେ ଦେଇଥିବା ଏତଲା ଅନୁଯାଇ ତାଙ୍କ ଗ୍ରାମରେ ନଗର କୀର୍ତ୍ତନ ଚାଲିଥିବାବେଳେ ଦିଗାମ୍ବର ମଳିକ ନାମକ ଜନୈକ ବ୍ୟକ୍ତି ମଦ୍ୟ ପାନ କରି ନଗର କୀର୍ତ୍ତନ ନାଚୁଥିବା ରାଧାକୃଷ୍ଣ ବେଶରେ ସୁସଜିତ ଦୁଇ ଜଣଙ୍କୁ ବାରମ୍ବାର ଅଟକାଇବା ସହ ଧକ୍କା ମାରି ନାଚିବାକୁ ଦେଇନଥିଲେ l

ଏହାକୁ ପ୍ରତିବାଦ କରିବାରୁ ଦିଗାମ୍ବର ଓ ତାଙ୍କ ଘର ଲୋକ ପ୍ରଥମେ ମୋର ସାନ ଭାଇଙ୍କୁ ମାଡ ମାରିବାରୁ ଉପସ୍ଥିତ ଲୋକେ ବୁଝାସୁଝା କରି ଏହାକୁ ମେଣ୍ଟାଇଥିଲେ l ପରବର୍ତ୍ତି ସମୟ ପ୍ରାୟ ମଧ୍ୟାହ୍ନ ୧.୨୦ ମିନିଟ ସମୟରେ ଦିଗାମ୍ବର ତାର ସହଯୋଗୀ ଓ ତାର ପରିବାରର ସଦସ୍ୟ ମୋଟ ୨୮ ମିଶି ମୋତେ ଏବଂ ମୋ ପରିବାର ବର୍ଗଙ୍କୁ ଲୁହା ରଡ଼, ଠେଙ୍ଗା ଓ ମାରଣାଅସ୍ତ୍ରରେ ସଙ୍ଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ l ଏହି ଆକ୍ରମଣରେ ଅର୍ଜୁନ ମଳିକଙ୍କ ପରିବାରର ୬ ଜଣ ସଦସ୍ୟ ଭିତରୁ ଦୁଇ ଜଣଙ୍କ ମୁଣ୍ଡ ଫାଟିଥିବାବେଳେ ସେଥିମଧ୍ୟରୁ ଜଣଙ୍କ ହାତ ଭାଙ୍ଗି ଯାଇଥିଲା l ତତସହିତ ଜଣଙ୍କ ହାତକୁ ହାଣିଥିବା ସ୍ଥଳେ ବାକି ୩ଜଣଙ୍କ ଉପରେ ଇଟା ପଥର ମାଡ଼ରେ କ୍ଷତାକ୍ତ ହୋଇଥିବା ଏତଲାରେ ଦର୍ଶାଯାଇଛି  l

ଅପରପକ୍ଷେ ରାଣୀପୋଖରୀ ଗ୍ରାମର ଦିଗାମ୍ବର ମଳିକଙ୍କ ଆଳି ଥାନା ଏତଲା ଅନୁଯାଇ ନଗର କୀର୍ତ୍ତନ ଚାଲିଥିଲାବେଳେ ତାଙ୍କ ଘର ନିକଟରେ ପୂଜା କରିବା ନିମନ୍ତେ ରାଧାକୃଷ୍ଣଙ୍କୁ ଅଟକାଇଥିଲେ ଯେ, ଠାକୁର ପଛରେ ଅଛନ୍ତି ଟିକେ ଅଟକି ଯାଅ ଠାକୁର ଆସିଲେ ଭୋଗ ହେବ ତା’ପରେ ତୁମେମାନେ ଯିବ l ସେହି ସମୟରେ ଅରୁଣ ମଳିକ ନାମକ ଜଣେ ଜନୈକ ବ୍ୟକ୍ତି ମୋ ବେକରେ ପଡ଼ିଥିବା ଗାମୁଛାକୁ ଭିଡି ଧରି ତୁ କଣ ଗ୍ରାମର ମୁଖିଆ ଯେ ଠାକୁରଙ୍କୁ ଅଟକାଉଛୁ l ଏହାକୁ ବିରୋଧ କରିବାରୁ ଏବଂ ମୋ ସ୍ତ୍ରୀ ଏହାକୁ ପ୍ରତିବାଦ କରିବାରୁ ଅରୁଣ ମଳିକଙ୍କ ସମେତ ତାର ସହଯୋଗୀ ଓ ତାର ପରିବାର ସଦସ୍ୟ ମୋଟ ୧୮ ଜଣ ମିଶି ମୋତେ ଓ ମୋର ପରିବାରର ଉପରକୁ ଇଟା ପଥର ପକାଇବା ସହ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ l ଦିଗାମ୍ବର ମଳିକଙ୍କ ଏତଲା ଅନୁଯାଇ ତାଙ୍କ ପରିବାର ୫ ସଦସ୍ୟଙ୍କ ସହିତ ତାଙ୍କୁ ମଧ୍ୟ  ପଥର ଓ ଠେଙ୍ଗା ମାଡ଼ ସହିତ ମରଣାସ୍ତ୍ର ଚୋଟରେ କ୍ଷତ ହୋଇଥିବାବେଳେ ନିଜର ଓଠ ହାତ ଫାଟି ଯାଇଥିବା ନେଇ ଏତଲାରେ ଦର୍ଶାଇଛନ୍ତି l ଖବର ଶେଷ ସୁଦ୍ଧା ଉଭୟ ପକ୍ଷରୁ ଆହତ ୧୨ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଏ ନେଇ ଆଳି ଥାନା ଭାରପ୍ରାପ୍ତ ଅଧିକାରୀ ଧୀରାଜ ଲେଙ୍କାକୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଉତ୍ତେଜନାକୁ ଆଖି ଆଗରେ ରଖି ଉକ୍ତ ଗ୍ରାମକୁ ତୀକ୍ଷ୍ଣ ନଜରରେ ରଖିବା ସହ ଆଳି ପୁଲିସ ତାର ପ୍ରାଥମିକ ତଦନ୍ତ ଚଳାଇଛି l