ଭୁବନେଶ୍ୱର,୪।୧୧: ସମଗ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଏକ ଚିନ୍ତାର ବିଷୟ ହେଇଛି। ଏହା କେବଳ ଜନସାଧାରଣଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି ତା ନୁହେଁ ଏହା ବିଶ୍ୱ ସମୁଦାୟରେ କୃଷି କାର୍ଯ୍ୟ ଉପରେ ବାଧା ପହଞ୍ଚାଇ ଦେଇଛି। ଏପରି ପରିସ୍ଥିତିରେ ପରିବର୍ତ୍ତିତ ଜଳବାୟୁ କୁ ଖାପ ଖୁଆଇ ମାର୍ଗ ଦର୍ଶିକା ପ୍ରସ୍ତୁତ ହେବା ଦରକାର। ଶସ୍ୟ ଉତ୍ପାଦନ କ୍ଷତି ରୋକିବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେବା ଦରକାର ବୋଲି କଟକ ସ୍ଥିତ ଧାନ ଗବେଷଣା କେନ୍ଦ୍ର ( ସିଆରଆରଆଇ)ଓ କ୍ୟାବ ଇଣ୍ଟର ନ୍ୟାସନାଲ ମିଳିତ ସହଭାଗିତାରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ଥିବା ବିଭିନ୍ନ ଅନୁଷ୍ଠାନର ସମ୍ମାନିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ସିଆରଆରଆଇର ଅଧିକାରୀ ଡ ରାହୁଲ ତ୍ରିପାଠୀ ସଂଚାଳକ ଭାବେ କର୍ମଶାଳାରେ ବିଶ୍ୱ ସ୍ତରରେ ଶସ୍ୟ ହାନି ବୋଝ ସଂକ୍ରାନ୍ତ ପରାମର୍ଶ ପାଇଁ ଅତିଥି ମାନଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ୟାବ୍ ଇଣ୍ଟରନେସନାଲ ନିର୍ଦ୍ଦେଶକ ଡ଼କ୍ଟର କାମ୍ବରିଆ ଫିନଗୋଲଡ଼ ଶସ୍ୟ ହାନି ବୋଝ ଦୂର ପାଇଁ ପରିବର୍ତ୍ତିତ ଜଳବାୟୁକୁ ଦେଖି ଫସଲ କିସମ ବଦଳାଇବା ସହିତ କୀଟନାଶକ ବ୍ୟବହାର କମାଇବା , ଉନ୍ନତ କୃଷି ପ୍ରଣାଳୀ ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।

ଓଡ଼ିଶା ପରିପ୍ରେକ୍ଷୀରେ କୃଷି ବିଭାଗ ଅଧିନରେ ରାଜ୍ୟ ସରକାର ପକ୍ଷରୁ ନିଆଯାଉ ଥିବା ପଦକ୍ଷେପ ସମ୍ପର୍କରେ ଅବତାରଣା କରିଥିଲେ ଓଡ଼ିଶାରେ ପ୍ରାୟ ପ୍ରତି ବର୍ଷ ବାତ୍ୟା ବନ୍ୟା ପାଇଁ ହେଉଥିବା କ୍ଷତିକୁ ଦେଖି ଫସଲ ଉତ୍ପଦିକା ବୃଦ୍ଧି ଉପରେ ମତ ରଖିଥିଲେ। ଉଲ୍ଲେଖ ଯେ ପ୍ରତି ବର୍ଷ ରାଜ୍ୟରେ ତଥା ବିଶ୍ୱ ସ୍ତରରେ ୪୦% ଶସ୍ୟ ଅମଳ ହାନି ବିଭିନ୍ନ କାରଣରୁ ଘଟୁଛି ତାହା ଫସଲ ଅମଳ ସମୟରେ ହେଉ ବା ଉତ୍ପାଦନ ସମୟରେ ଯାହା ଚିନ୍ତା ଜନକ ଏଣୁ ଏହା ବିଶ୍ୱ ସ୍ତରରେ ଦୂର ହୋଇପାରିଲେ ସମୁଦାୟ ବିଶ୍ୱ ଆଶ୍ବସ୍ତ ହୋଇପାରନ୍ତା। ଏଥିପାଇଁ ଯୋଜନା ଖସଡ଼ା ପ୍ରଣୟ ଉପରେ ଗୁରୁତ୍ବ ଦେବା ଉଚିତ୍। କୃଷି ଉପରେ ଗବେଷଣା ରତ ପ୍ରତ୍ୟେକ ହିତାଧିକାରୀ ଗୋଷ୍ଠୀ ଏ ବିଷୟରେ ଚିନ୍ତନ ପ୍ରକଟ କରି ଶସ୍ୟ ଅମଳ ଭରଣା ପାଇଁ ମନୋନିବେଶ ପାଇଁ ସକାରାତ୍ମକ ଦୃଷ୍ଟିକୋଣ ନିଭାନ୍ତୁ। ଏହା ଦ୍ଵାରା ଖାଦ୍ୟ ସୁରକ୍ଷା ରକ୍ଷା ହେବା ସହ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବ। ବିଶେଷ କରି ଜୈବିକ ପଦ୍ଧତିର ବ୍ୟବହାର ଉପରେ ଗୁରୁତ୍ବ ପ୍ରଦାନ ପାଇଁ ମତ ପ୍ରକାଶ ପାଇଛି।