ନୂଆଦିଲ୍ଲୀ,୧୩/୧୦: ୨ ବର୍ଷ ପରେ ପରିବାର ପାଖକୁ ଫେରିଲେ । ସମସ୍ତଙ୍କ ଆଖିରେ ଖୁସିର ଲୁହ । ସବୁଠି ଆନନ୍ଦ, ଉତ୍ସବ । ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ହମାସ ପ୍ରଥମ ପର୍ଯ୍ୟାୟ ୨୦ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରଛି । ସୁରକ୍ଷା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ରେଡକ୍ରସ କମିଟି ମୁକ୍ତି ପ୍ରକ୍ରିୟା ଉପରେ ନଜର ରଖିଛି ।

ହମାସ ୧୯୦୦ ରୁ ଅଧିକ କଏଦୀଙ୍କ ତାଲିକା ସହିତ ମୁକ୍ତ ହେବାକୁ ଥିବା ୨୦ ଜଣ ବନ୍ଧକଙ୍କ ତାଲିକା ପ୍ରକାଶ କରିଛି । ସମସ୍ତ ୨୦ ପଣବନ୍ଦୀଙ୍କୁ ଛାଡିଛି । ଏହାପରେ ଗାଜା- ଇସ୍ରାଏଲ ସୀମାର ଉତ୍ସବ ପାଳନ ହୋଇଛି । ବନ୍ଧକ ତେଲ ଅଭିବ ରାସ୍ତା ଦେଇ ଇସ୍ରାଏଲ ପତାକା ଧରି ବାହାରିଛନ୍ତି । ଦେଶବାସୀ ସେମାନଙ୍କୁ ସ୍ୱାଗତ କରିଛନ୍ତି । ୨ ବର୍ଷ ପରେ ହମାସ କବଳରୁ ସେମାନେ ମୁକୁଳିଛନ୍ତି । ଅକ୍ଟୋବର ୨୦୨୩ ଆକ୍ଟୋବର ୮ରେ ହୋଇଥିବା ଆକ୍ରମଣରେ ହମାସ ୧୨୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲା । ଅନେକଙ୍କୁ ଅପହରଣ କରି ନେଇଥିଲା । ଯେଉଁଥିରେ ଯୁଦ୍ଧବିରତି ଚୁକ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୦ ଜଣଙ୍କୁ ମୁକ୍ତ କରାଯାଇଛି । ଏହାପରେ ଗଡ ବ୍ଲେସ ଇସ୍ରାଏଲ ଓ  ଗଡ ବ୍ଲେସ ଆମେରିକା ବ୍ୟାନର ଉଡାଇ କୃତଜ୍ଞତା ଜଣାଇଛି ଇସ୍ରାଏଲ ।

ସେପଟେ ଇଜିପ୍ଟରେ ଟ୍ରମ୍ପଙ୍କ ଉପସ୍ଥିତିରେ ହେବ ଗାଜା ଶାନ୍ତି ଆଲୋଚନା । ଭାରତ ସମେତ ଭାଗ ନେବେ ୨୦ରୁ ଊଦ୍ଧ୍ୱର୍ ବିଶ୍ୱନେତା । ଏ ନେଇ ଇଜିପ୍ଟ ଗସ୍ତପୂର୍ବରୁ ପ୍ରଥମେ ଇସ୍ରାଏଲରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି । ମଧ୍ୟପ୍ରାଚ୍ୟ ଗସ୍ତର କିଛି ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇ କହିଥିଲେ ହମାସ-ଇସ୍ରାଏଲ ଯୁ୍ଦ୍ଧ ଶେଷ ହୋଇଛି । ମୁଁ ଯୁଦ୍ଧ ସମାଧନ କରିବାରେ ମାହିର । ଗାଜାରେ ମୁଁ ଅଷ୍ଟମ ଯୁଦ୍ଧର ସାମାଧାନ କରିଛି । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମୋର "ବହୁତ ଭଲ" ସମ୍ପର୍କ ଅଛି । ଆମେ ସମସ୍ତଙ୍କୁ ଖୁସି କରିବୁ । ଗାଜାରେ ଯୁଦ୍ଧ ଶେଷ ହୋଇସାରିଛି । ମୁକୁଳିଥିବା ବନ୍ଧକଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ ।