ଭୁବନେଶ୍ୱର,୨୮/୦୯: ଦିଭିତା ଜୁନେଜାଙ୍କ ନୂଆ ସିନେମା ହୀର ଏକ୍ସପ୍ରେସ ବକ୍ସ ଅଫିସରେ ସଫଳତା ସହ ଆଗେଇ ଚାଲିଛି । ଦ୍ୱିତୀୟ ସପ୍ତାହରେ ଏହି ସିନେମାଟିର କଲେକ୍ସନ ୯.୪୨ କୋଟି ଟଙ୍କା ଛୁଇଁଛି । ସାରା ଦେଶରେ ଥିବା ସିନେମା ହଲ୍ଗୁଡିକରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଟିକଟ ବିକ୍ରି ହେଉଛି । ଯାହା ସିନେମାଟିର ଲୋକପ୍ରିୟତାକୁ ଦର୍ଶାଉଥିବା କହିଛନ୍ତି ନିର୍ମାତା । ପ୍ରତି ବର୍ଗର ଦର୍ଶକଙ୍କ ଦ୍ୱାରା ସିନେମାଟି ଆଦୃତି ଲାଭ କରୁଛି । ନିକଟରେ ଦିଭିତା ଜୁନେଜା ଏକ ସିନେମା ହଲ୍କୁ ଅଚାନକ ଗସ୍ତ କରିବା ସହ ଦର୍ଶକଙ୍କ ସହ ଆଲୋଚନା କରିଥିଲେ । ଏହି ସିନେମାରେ ଦିଭିତାଙ୍କ ଅଭିନୟକୁ ସିନେ ସମାଲୋଚକ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି ।