ନୂଆଦିଲ୍ଲୀ - ଲରେନ୍ସ ବିଷ୍ଣୋଇର ହତ୍ୟା କରିବାକୁ ୧କୋଟି ୧୧ ଲକ୍ଷ ୧୧ହଜାର ଓ ୧୧୧ ଟଙ୍କାର ଘୋଷଣା କରିଥିବା କ୍ଷତ୍ରୀୟ କରଣୀ ସେନାର ମୁଖ୍ୟ ରାଜ ଶେଖାୱତ, ଆଉ ଏକ ଘୋଷଣା କରିଛନ୍ତି। ରାଜ ଶେଖାୱତ କହିଛନ୍ତି କି, ତାଙ୍କ ସଙ୍ଗଠନ ଏବେ ସେହି ସବୁ ଲୋକଙ୍କ ରକ୍ଷା କରିବ, ଯେଉଁମାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା ଅପହୃତଙ୍କ ମୁକ୍ତି ପାଇଁ ଟଙ୍କା ଆଦାୟ ବା ଜୋରଜବରଦସ୍ତି ଟଙ୍କା ମାଗି ଧମକ ଦିଆ ଯାଉଛି। ଶେଖାୱତ ଏଥିପାଇଁ ଏକ ହେଲ୍ଫଲାଇନ୍ ନମ୍ୱର ମଧ୍ୟ ଜାରି କରିଛନ୍ତି। କ୍ଷତ୍ରୀୟ କରଣୀ ସେନାର କହିବାନୁସାରେ ,କାହାର ଲରେନ୍ସ ଗ୍ୟାଙ୍ଗକୁ ଡ଼ରିବାର ଆବଶ୍ୟକ ନାହିଁ , ଧମକ ମିଳିବା ପରେ ସେମାନଙ୍କ ଦ୍ୱାରା ଦିଆ ଯାଇଥିବା ହେଲ୍ଫଲାଇନ୍ ନମ୍ୱରକୁ ଡାଏଲ କରି ସୂଚନା ଦେବାର ଅଛି।

ରାଜ ଶେଖାୱତ ଏକ ଭିଡ଼ିଓ ଜାରି କରି କହିଛନ୍ତି ,ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଗୁଣ୍ଡାଙ୍କ ଦ୍ୱାରା ଭାରତର କୌଣସି ବି ନାଗରିକ ଠାରୁ ଜୋର ଜବରଦସ୍ତି ଟଙ୍କା ଆଦାୟ ଓ ଲୋକଙ୍କୁ ମୁକ୍ତ କରିବା ବଦଳରେ ଟଙ୍କା ମଗା ଯାଏ ତ ସେ ବ୍ୟକ୍ତି କରଣୀ ସେନାକୁ ତୁରନ୍ତ ସଂପର୍କ କରନ୍ତୁ । ଫୋନ୍ ନମ୍ୱର ୭୫୬୭୬୮୧୧୧୧ରେ କଲ୍ କରି ସୂଚନା ଦେଇ ପାରିବେ।ଏହି ଗୁଣ୍ଡାଙ୍କ ହିସାବ ଆମେ କରିବୁ , ଜବାବ ବି ଆମେ ଦେବୁ ଏବଂ ଆପଣଙ୍କର ସୁରକ୍ଷାର ଦାୟିତ୍ୱ ମଧ୍ୟ ଆମେ ନେବୁ।

ଲାଇଭ୍ ହିନ୍ଦୁସ୍ତାନକୁ ଫୋନ୍ରେ କଥାବାର୍ତ୍ତାରେ ସଙ୍ଗଠନର ମୁଖ୍ୟ ସଚିବ ରବି ସିଂହ କହିଛନ୍ତି ଯେ, ଦେଶକୁ ଭୟମୁକ୍ତ ରହିବା ଉଚିତ୍। ସେ କହିଛନ୍ତି କି, ଯଦି କାହାକୁ ମଧ୍ୟ ଧମକ ମିଳୁଛି ତ ସେ ଦିଆ ଯାଇ ଥିବା ନମ୍ୱରରରେ ସୂଚନା ପ୍ରଦାନ କରନ୍ତୁ। ପୀଡ଼ିତଙ୍କର ସବୁ ପ୍ରକାରର ସାହାଯ୍ୟ ଦିଆଯିବ। ଆବଶ୍ୟକ ପଡ଼ିଲେ ତାଙ୍କୁ ଘରୋଇ ସୁରକ୍ଷାକର୍ମୀ ମଧ୍ୟ ଯୋଗାଇ ଦିଆଯିବ। ସଲମାନ ଖାନଙ୍କୁ ମିଳିଥିବା ଧମକ କଥା ଦର୍ଶାଇ ସେ କହିଛନ୍ତି କି, ସଙ୍ଗଠନ ତାଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ପ୍ରସ୍ତୁତ । ଯଦି ସଲମାନ ଖାନ ଚାହିଁବେ ତ ସେ ମଧ୍ୟ କ୍ଷତ୍ରୀୟ କରଣୀ ସେନା ଠାରୁ ସାହାଯ୍ୟ ନେଇ ପାରିବେ।

କହି ରଖୁଛୁ କି, ରାଜ ଶେଖାୱତ ନିକଟରେ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ , ଯେବେ ସେ ଗୁଜରାଟର ଜେଲ୍‌ରେ ବନ୍ଦୀ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟର କରିବା ପୋଲିସ କର୍ମୀଙ୍କୁ ୧,୧୧,୧୧,୧୧୧ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରି ଥିଲେ। ପରେ ସେ କହିଥିଲେ କି ଯଦି ସାବରମତୀ ଜେଲରେ ବନ୍ଦୀ ଥିବା କେହି ବି କଏଦୀ ଲରେନ୍ସର ହତ୍ୟା କରେ ,ତ ତାଙ୍କୁ ବି ଏହି ରାଶି ଦିଆଯିବ।

ଉଲ୍ଲେଖନୀୟ ଯେ , ମୁମ୍ୱାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଓ ସଲମାନ ଖାନଙ୍କୁ ଧମକ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାମରେ ସାରା ଦେଶରେ ଅନେକ ଲୋକଙ୍କୁ ଧମକ ମିଳି ସାରିଛି। ହେଲେ ଅନେକ ମାମଲାରେ ଏହା ବି ସାମନାକୁ ଆସିଛି କି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାଁରେ ଏମିତି ଲୋକେ ଧମକ ଦେଇଛନ୍ତି , ଯାହାଙ୍କର ଏହି ଗ୍ୟାଙ୍ଗ ସହ କୌଣସି ସଂପର୍କ ନାହିଁ।