ଗଞ୍ଜାମ,୨୬।୧୦  : ସମ୍ଭାବ୍ୟ ବାତ୍ୟା ମୋନ୍‌ଥା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୋମବାରଠାରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି l ଏଣୁ ସମସ୍ତ ବିଭାଗ ସଜାଗ ହୋଇ ରହିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏକ ବୈଠକରେ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଆସନ୍ତା ୨୭ ଓ ୨୮ ତାରିଖରେ ଛୁଟି ଘୋଷଣା କରାଯାଇଛି l  ଜିଲ୍ଲାରେ ଥିବା ୧୧୦ ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି l ରବିବାର ସନ୍ଧ୍ୟା ୫ ଟା ସୁଦ୍ଧା ସମସ୍ତ ଉପକୁଳ ବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l

ଲୋକଙ୍କୁ ସ୍ଥାନନ୍ତର କରିବା ବେଳେ ଆବଶ୍ୟକ ହେଲେ ପୋଲିସର ସହଯୋଗ ନିଆଯିବ l ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ସୋରଡ଼ା ଅଞ୍ଚଳରେ ଭୂଷ୍ପଳନ ର ସମ୍ଭାବନା ରହିଥିବାରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବା ଲାଗି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି l ଜିଲ୍ଲାର କୌଣସି ସ୍ଥାନରେ ଲୋକେ ଏହି ଦୁଇ ଦିନ ଯେପରି କଚ୍ଛା ଘରେ ରହିବେ ନାହିଁ ସେଦିଗରେ ଧ୍ୟାନ ଦେବା ପାଇଁ ସମସ୍ତ ବିଡ଼ିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସମୁଦ୍ର ମଧ୍ୟରେ ମାଛ ମାରିବାକୁ ମତ୍ସଯିବିଙ୍କୁ ବାରଣ କରାଯାଇଛି l ଏହାକୁ କଡାକଡି କରାଯିବ l ସେହିପରି ସହରାଞ୍ଚଳରେ ପାଣି ପମ୍ପ ଓ ପାଣି ନିଷ୍କାସନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତ କରି ରଖିବାକୁ ଵିଏମସି ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରି ମାନଙ୍କୁ କୁହାଯାଇଛି l ଅଗ୍ନିଶ୍ରମ ବିଭାଗ ଓଡ୍ରାଫ ବିଭାଗ ସଜାଗ ହୋଇ ରହିବାକୁ କୁହାଯାଇଛି l ପ୍ରତି ୧୦ ଟି ଗ୍ରାମ ପଞ୍ଚାୟତ କୁ ଗୋଟାଏ ଲେଖାଏଁ ଜେସିବି ରଖାଯାଇଛି l ତିନି ଦିନ ସମୁଦ୍ରରେ ଗାଧେଇବାକୁ ବାରଣ  କରାଯାଇଛି |