ନୂଆଦିଲ୍ଲୀ: ସମ୍ପ୍ରତି ବିଭିନ୍ନ ସାମାଜିକ ଗଣାମଧ୍ୟମରେ ଭାଇରାଲ ହେଉଥିବା ଦୁଇଟି ଭିଡିଓ ସମଗ୍ର ଭାରତରେ ଚହଳ ସୃଷ୍ଟି କରିଛି। ଯେଉଁଥିରେ ଦିଲ୍ଲୀରେ ଥିବା ଏକ ମହିଳା ପିଜି ବାହାରେ ଯାଉଥିବା ନଳାରେ କୁଢକୁଢ ବ୍ୟବହୃତ କଣ୍ଡୋମ୍ ପଡିଥିବା ଦେଖିବାକୁ ମିଳିଛି।

ଭାଇରାଲ ହେଉଥିବା ପ୍ରଥମ ଭିଡିଓରେ ଜଣେ ସମ୍ୱାଦଦାତା ନଳାରେ ଜାମ୍ ହୋଇପଡିଥିବା କୁଢକୁଢ ବ୍ୟବହୃତ କଣ୍ଡୋମ୍ ର ଚିତ୍ର ଦେଖାଇଛନ୍ତି। ଉକ୍ତ ଭିଡିଓରେ ସମ୍ୱାଦଦାତା ଜଣକ ଆପଣମାନେ ଦେଖିପାରୁଥିବେ ଏହା ଏକ ହଷ୍ଟେଲର ସ୍ୱରେଜ। ତେବେ ଗତକାଲି ସଫେଇ କର୍ମଚାରୀ ଏହାକୁ ଖୋଲିବା ପରେ ଏଥିରୁ ବହୁ ସଂଖ୍ୟାରେ ବ୍ୟବହୃତ କଣ୍ଡୋମ ଭାସୁଥିବା ଦେଖିବାକୁ ମିଳିଛି। ଏହା ଆଉ କେଉଁଠି ନୁହେଁ ଏକ ମହିଳା ପିଜି ସାମ୍ନାର ଦୃଶ୍ୟ ବୋଲି କହୁଥିବା ଦେଖିବାକୁ ମିଳିଛି।

 

ଦ୍ୱିତୀୟ ଭିଡିଓରେ ମଧ୍ୟ ଅନେକ ବ୍ୟବହୃତ କଣ୍ଡୋମ୍ ଏକ ଡ୍ରେନରେ ଭାସୁଥିବା ଦେଖିବାକୁ ମିଳିଛି। ଜଣେ ଫେସବୁକ୍ ୟୁଜର ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ଯେ, ଦିଲ୍ଲୀ ପିଜି ହଷ୍ଟେଲରେ ଆଶ୍ଚର୍ଯ୍ୟଜନକ ଘଟଣା। ଡ୍ରେନେଜ୍ ସଫା କରିବା ସମୟରେ ହଜାର ହଜାର ବ୍ୟବହୃତ କଣ୍ଡୋମ୍ ମିଳିଛି । ସ୍ଥାନୀୟ ଲୋକମାନେ ଏହାକୁ 'କଣ୍ଡୋମ୍ ନାଲା ସ୍କାଣ୍ଡାଲ୍' ବୋଲି ଅଭିହିତ କରି ପରିଚ୍ଛନ୍ନତା ଏବଂ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

 

ଭାରତର ଅନେକ ଗଣମାଧ୍ୟମ ମଧ୍ୟ ପ୍ରଥମ ଭିଡିଓକୁ ନେଇ ନିଜ ନିଜ ପୋଷ୍ଟ ଜାରି କରି ଏହି ଭିଡିଓ ଦିଲ୍ଲୀର ବୋଲି କହିଛନ୍ତି। ତେବେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହାର ଫ୍ୟାକ୍ଟ ଚେକ କରିଥିଲା। ଯେଉଁଥିରେ ପ୍ରଥମ ଭିଡିଓଟି AI ଜେନେରେଡେଟହୋଇଥିବା ବେଳେ ଦ୍ୱିତୀୟ ଭିଡିଓଟି ନାଇଜେରିଆର ବୋଲି ଜଣାପଡିଛି।

ପ୍ରଥମ ଭିଡିଓରେ “VN Creater” ନାମରେ ଏକ ଲୋଗୋ ରହିଛି। କାରଣ ଏହି ଭିଡିଓଟି Open AI’ର ଭିଡିଓ ଜେନେରେସନ ଟୁଲର ବ୍ୟବହାର କରି ତିଆରି କରାଯାଇଛି। ଯେଉଁଥିରେ Sora ବୋଲି ୱାଟରମାର୍କ ରହିଛି। ଆଉ ଏହି ୱାଟର ମାର୍କକୁ ଲୁଚାଇବା ପାଇଁ “VN Creater” ଲୋଗୋ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି ବୋଲି ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି।

viral photo

ସେହିଭଳି ଦ୍ୱିତୀୟ ଭିଡିଓଟିର ଯାଞ୍ଚରୁ ଏହା ପ୍ରଥମ ଥରପାଇଁ କେନିଆର ଜଣେ ଫେସବୁକ୍ ୟୁଜର୍ସଙ୍କ ଦ୍ୱାରା ଅପଲୋଡ ହୋଇଥିବା ଜଣାପଡିଛି। ଏହାଛଡା ଇଣ୍ଡିଆ ଟୁଡେ ଟିମର ଅଧିକ ଯାଞ୍ଚରୁ ଜଣେ ନାଇଜେରିଆ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ଆକାଉଣ୍ଟରେ ଏହାର ଲମ୍ୱା ଭିଡିଓଟି ଗତ ଅକ୍ଟୋବର ୧୩ ତାରିଖରେ ଅପଲୋଡ ହୋଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଭିଡିଓ ସୁଟ କରୁଥିବା ବ୍ୟକ୍ତି ନାଇଜେରିଆ କହୁଥିବା ସ୍ପଷ୍ଟ ଭାବେ ଶୁଣାଯାଉଛି। ନାଇଜେରିଆର ଗଣମାଧ୍ୟମ ସଂସ୍ଥା ଇଡୋ ଅନଲାଇନ ଟେଲିଭିଜନ(Edo Online Television) ମଧ୍ୟ ଗତ ଅକ୍ଟୋବର ୧୩ ତାରିଖରେ #Nigeria ସହ ଏହି ଭିଡିଓ ପ୍ରକାଶ କରିଥିବା ଦେଖିବାକୁ ମିଳିଛି।

ଉପରୋକ୍ତ ପ୍ରମାଣରୁ ଏହି ଦୁଇଟି ଭିଡିଓ ସତ ନୁହେଁ ବୋଲି ଜଣାପଡିଛି। ଯାହାଦ୍ୱାରା ଏହା ଦିଲ୍ଲୀର କୌଣସି ମହିଳା ପିଜି ବାହାରର ଭିଡିଓ ନୁହେଁ ବୋଲି ସ୍ପଷ୍ଟ ହୋଇଛି।