ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଶେଷ ସୁପର-୪ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ୨୦୩ ରନ୍‌ର ଟାର୍ଗେଟ ଦେଇଛି। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭର ସୁଦ୍ଧା ୫ ୱିକେଟ୍‌ ହରାଇ ୨୦୨ ରନ୍‌ ସଂଗ୍ରହ କରିଥିଲା। ଚଳିତ ଏସିଆ କପ୍‌ରେ କୌଣସି ଦଳ ପ୍ରଥମ ଥର ପାଇଁ ୨୦୦ରୁ ଅଧିକ ରନ୍‌ର ସ୍କୋର ହାସଲ କରିଛି।

ଭାରତୀୟ ଦଳ ପାଇଁ ଓପନର୍ ଅଭିଷେକ ଶର୍ମା ୩୧ ବଲ୍‌ରେ ୬୧ ରନ୍‌ କରିଥିଲେ। ତିଲକ ବର୍ମା ୪୯ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ସଞ୍ଜୁ ସାମସନ୍‌ ୩୯ ଏବଂ ଅକ୍ଷର ପଟେଲ ଅପରାଜିତ ୨୧ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ୫ ଜଣ ବୋଲର ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଏଥିରେ ମହେଶ ତିକ୍ଷଣ, ଦୁଷ୍ମନ୍ତ ଚାମୀରା, ୱାନିନ୍ଦୁ ହସରଙ୍ଗା, ଦାସୁନ୍ ଶାନାକା ଏବଂ ଚାରିଥ୍ ଅସଲଙ୍କା ସାମିଲ ଥିଲେ।