ନୂଆଦିଲ୍ଲୀ,୨୪/୦୯: ସଂଯୁକ୍ତ ରାଷ୍ଟ୍ର ମାନବଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ପାକିସ୍ତାନକୁ ଧୋଇଛି ଭାରତ । ଆତଙ୍କବାଦ ପ୍ରସଙ୍ଗଠୁ ନେଇ ପିଓକେ ଓ ନିକଟରେ ଖାଇବର ପଖତୁନ୍‌ଖ୍ୱାରେ ପାକ୍‌ ସେନାର ବୋମା ମାଡ଼କୁ ନେଇ ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି ଭାରତ । ଆତଙ୍କବାଦକୁ ନେଇ ପ୍ରହାର କରି ପାକ୍‌କୁ ସଭା ମଝିରେ ଲଜ୍ଜିତ କରିଛନ୍ତି ଭାରତୀୟ ରାଜନୈତିକ କ୍ଷୀତିକ ତ୍ୟାଗୀ । ଜମ୍ମୁ କାଶ୍ମୀରରେ ଅବୈଧ କବ୍‌ଜା ଅଞ୍ଚଳକୁ ଖାଲି କରିବାକୁ କଡା ଚେତାବନୀ ଦେଇଛି ଭାରତ ।

ୟୁଏନଏଚଆଇସିରେ ପାକିସ୍ତାନକୁ ଧୋଇଲା ଭାରତ- ରାଜନୈତିତ କ୍ଷୀତିଜ ତ୍ୟାଗୀ ପାକିସ୍ତାନକୁ କଡା ଜବାବ ଦେଇ କହିଛନ୍ତି, ପାକିସ୍ତାନ କେବେ ସୁଧୁରିବନି । ନିଜ ଲୋକଙ୍କ ଉପରେ ବୋମା ବର୍ଷାଇବାରୁ ତାକୁ ଫୁର୍ସତ ମିଳୁନି । ଏମିତି ନକରି ବରଂ ଲାଇଫ୍ ସପୋର୍ଟ ସିଷ୍ଟମରେ ରହିଥିବା ନିଜ ଅର୍ଥନୀତିକୁ ଧ୍ୟାନ ଦେଉ ଏବଂ ଯେତେ ଶୀଘ୍ର ପାରୁଛି ଅବୈଧ ଭାବେ ମାଡ଼ିବସିଥିବା ପିଓକେକୁ ଛାଡ଼ୁ । ପାକିସ୍ତାନ ଏହି ମଞ୍ଚରେ ଭାରତ ବିରୋଧରେ ଭୁଲ କହୁଛି । ସେ ଆମ ଅଞ୍ଚଳ ଉପରେ ନଜର ରଖିବା ପରିବର୍ତ୍ତେ, ବେଆଇନ ଭାବରେ ଦଖଲ କରିଥିବା ଭାରତୀୟ ଅଞ୍ଚଳକୁ ଖାଲି କରିବା ଉଚିତ୍‌ । ସେମାନେ ସେମାନଙ୍କର ଅର୍ଥନୀତିକୁ ବଞ୍ଚାଇବା ଉପରେ ଧ୍ୟାନ ଦେବା ଉଚିତ, ଯାହା ଭେଣ୍ଟିଲେଟର ସହାୟତାରେ ଚାଲିଛି । କାଶ୍ମୀର ଉପରେ ମିଛ ନକହୁ । ପିଓକେ ଖାଲି କରୁ । "

'ନିଜ ଲୋକଙ୍କ ଉପରୁ ବୋମା ପକାଇବାରୁ ଫୁରସତ ମିଳୁ'- ଗତ ସେପ୍ଟେମ୍ବର ୨୨ ତାରିଖରେ ପାକିସ୍ତାନ ବାୟୁସେନା ଖାଇବର ପଖତୁନ୍‌ଖ୍ୱାରେ ନିଜ ଲୋକଙ୍କ ଉପରେ ବୋମା ବର୍ଷା କରିଥିବା ଅଭିଯୋଗ ହୋଇଥିଲା । ଟିଟିପି ଆତଙ୍କୀ କାରଖାନାକୁ ଟାର୍ଗେଟ କରିଥିଲା ପାକ୍ ସେନା । ବିନା ପୂର୍ବ ସୂଚନାରେ ବୋମା ପକାଇଥିଲା । ଏଥିରେ ମହିଳା, ଶିଶୁ ସମେତ ପ୍ରାୟ ୩୦ଜଣଙ୍କର ମୃତ୍ୟୁ ହୋଇଥିଲା । ପାକ୍‌ ସେନା ଚାଇନିଜ୍‌ ଜେ-୧୭ ଫାଇଟର ଜେଟ୍‌ରୁ ଚାଇନା ନିର୍ମିତ ଏଲ୍‌-୬ ବୋମା ପକାଇଥିଲା । ୟୁଏନଏଚଆରସିରେ ଏହି ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ସମାଲୋଚନା କରିଛି ଭାରତ । କ୍ଷୀତିଜ ତ୍ୟାଗୀ କହିଛନ୍ତି,'' ପାକିସ୍ତାନ କେବେ ସୁଧୁରିବନି । ପାକିସ୍ତାନକୁ ନିଜ ଲୋକଙ୍କ ଉପରେ ବୋମା ପକାଇବାକୁ ଫୁରସତ ମିଳୁ । ସେ ତା'ର ନିଜ ଲୋକଙ୍କ ଉପରେ ବୋମା ମାଡ଼ ବନ୍ଦ କରିବାରୁ ଫୁରସତ ମିଳିଲେ ହିଁ ଅର୍ଥ ବ୍ୟବସ୍ଥା ଉପେ ଧ୍ୟାନ ଦେବ ।''

ପହଲଗାମ ହମଲା କଥା ଦୋହରାଇଲେ- କ୍ଷୀତିଜ ତ୍ୟାଗୀ କହିଛନ୍ତି, ପାକିସ୍ତାନ ପଠାଇଥିବା ଆତଙ୍କବାଦୀ ଚଳିତବର୍ଷ ଏପ୍ରିଲରେ ପହଲଗାମରେ ହମଲା କରିଥିଲେ । ଆମେ ଉରିକୁ ଭୁଲି ଯିବୁ ନା ମୁମ୍ବାଇ ଆକ୍ରମଣକୁ ଭୁଲିବୁ । ଭାରତ ଏବଂ ପୁରା ଦୁନିଆ ପାକିସ୍ତାନର ଏହି କାର୍ଯ୍ୟକୁ ଭୁଲିବ ନାହିଁ । ପାକିସ୍ତାକୁ ତାର ସାମରିକ ପ୍ରାଧାନ୍ୟ ଶେଷ କରିବାକୁ ଏବଂ ମାନବଅଧିକାର ରେକର୍ଡକୁ ସୁଧାରିବାକୁ ହେବ । ''