ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟ ଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ୍ । ଫଲୋଅନ୍ ଖାଇଥିବା କାରବିୟାନ ଦଳ ଚତୁର୍ଥ ଦିନରେ ଲଢ଼ୁଆ ବ୍ୟାଟିଂ କରିଛି । ଦ୍ୱିତୀୟ ଇନିଂସ ଦଳ ୩୯୦ ରନ କରି ଅଲଆଉଟ୍ ହୋଇଛି । ଯାହା ଫଳରେ ଭାରତକୁ ୧୨୧ ରନ୍ ବିଜୟ ଲକ୍ଷ୍ୟ ମିଳିଛି । ଭାରତୀୟ ଟିମ୍ ନିଜର ପ୍ରଥମ ଇନିଂସ ୫୧୮/୫ ରନରେ ଘୋଷଣା କରିଥିଲା । ଏହାର ଜବାବରେ ୱେଷ୍ଟଇଣ୍ଡିଜର ପ୍ରଥମ ଇନିଂସ ୨୪୮ ରନ୍ରେ ସୀମିତ ହୋଇଥିଲା । ପ୍ରଥମ ପାଳି ଆଧାରରେ ଭାରତକୁ ୨୭୦ ରନ୍ ଲିଡ୍ ମିଳିଥିଲା ଏବଂ ୱେଷ୍ଟଇଣ୍ଡିଜକୁ ଫୋଲୋଅନ୍ ଦେଇଥିଲା ।
ଫୋଲୋଅନ୍ ପରେ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସ ୩୯୦ ରନରେ ସୀମିତ ରହିଥିଲା । ଜଷ୍ଟିନ୍ ଗ୍ରୀଭ୍ସ ଏବଂ ଜାଡେନ୍ ସିଲ୍ସ ଶେଷ ୱିକେଟ ପାଇଁ ୭୯ ରନର ଭାଗୀଦାରି କରିଥିଲେ । ଗ୍ରୀଭ୍ସ ୮୫ ବଲରୁ ୫୦ ରନ୍ କରି ଅପରାଜିତ ରହିଥିଲେ । ସିଲ୍ସ ୬୭ ବଲରୁ ୩୨ ରନ୍ ଯୋଗଦାନ ଦେଇଥିଲେ । ୧୧୯ ତମ ଓଭରର ପଞ୍ଚମ ବଲରେ ଯଶପ୍ରିତ ବୁମରା, ସିଲ୍ସଙ୍କୁ ଆଉଟ୍ କରି ୱେଷ୍ଟଇଣ୍ଡିଜ୍ ଇନିଂସ ଶେଷ କରିଥିଲେ । ଦ୍ୱିତୀୟ ଇନିଂସରେ ବୁମରାହ ଏବଂ କୁଲଦୀପ ଯାଦବ ତିନୋଟି ଲେଖାଏଁ ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଦୁଇଟି, ୱାଶିଂଟନ୍ ସୁନ୍ଦର ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ନେଇଥିଲେ ।