ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କଠୋର ହେଲା ବିସିସିଆଇ; ଏଣିକି ପ୍ରଦର୍ଶନ ଆଧାରରେ ମିଳିବ ପାରିଶ୍ରମିକ, ସାଙ୍ଗରେ ଯିବେନି ପରିବାର!

Published By : Ankita S | January 14, 2025 1:00 PM

ନୂଆଦିଲ୍ଲୀ,୧୪/୧: ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ଟିମ୍ ଇଣ୍ଡିଆର ଫ୍ଲପ ଶୋ ପରେ କଠୋର ହୋଇଛି ବିସିସିଆଇ । ଖରାପ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପରିଣାମ ଭୋଗିବାକୁ ପଡିପାରେ । ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ବଡ ନିଷ୍ପତ୍ତି ନେଇଛି ବିସିସିଆଇ । ନୂଆ ନିୟମ ଆଣିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଟିମ୍ ଇଣ୍ଡିଆ ଖେଳାଳିଙ୍କ ଟଙ୍କା କାଟିବା ମୁଡରେ ରହିଛି ବିସିସିଆଇ । ଖାଲି ସେତିକି ନୁହେଁ ଖେଳାଳି ମାନେ ଆଉ ସେମାନଙ୍କ ପରିବାର ସହ ଯିବେ ନାହିଁ ବୋଲି ନିୟମ ହୋଇଛି ।

ଯେମିତି ପ୍ରଦର୍ଶନ ସେମିତି ଟଙ୍କା- ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଖରାପ ପ୍ରଦର୍ଶନର ସମୀକ୍ଷା ହୋଇଛି । ଏ ନେଇ ବିସିସିଆଇର ଏକ ବୈଠକ ହୋଇଥିଲା । ଏହି ମିଟିଙ୍ଗରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ପ୍ରମୁଖ ଉପସ୍ଥିତ ଥିଲେ । ଦ ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ବୈଠକରେ ଖେଳାଳିଙ୍କ ପ୍ରଦର୍ଶନ ଅନୁସାରେ ତାଙ୍କୁ ଟଙ୍କା ଦିଆଯିବା ଉପରେ ଆଲୋଚନା ହୋଇଛି । ଅର୍ଥାତ ଯେମିତି ପ୍ରଦର୍ଶନ ସେମିତି ପଇସା ପାଇବେ ଖେଳାଳି । ବିଶେଷ କରି ପିଙ୍କ ବଲ କ୍ରିକେଟରେ କିପରି ଭଲ ପ୍ରଦର୍ଶନ କରିବେ ସେ ଦିଗରେ ଅଧିକ ଧ୍ୟାନ ଦେବାକୁ ଏପରି ନିଷ୍ପତ୍ତି ହୋଇଥିବା କୁହାଯାଉଛି ।

ଅଫିସ କର୍ମଚାରୀଙ୍କ ପରି ବ୍ୟବହାର ! ରିପୋର୍ଟ ଅନୁସାରେ ଖେଳାଳି ସେମାନଙ୍କ ଦାୟିତ୍ବ ତୁଲାଇବାରେ ବିଫଳ ହେଲେ ଭଲ ପ୍ରଦର୍ଶନ ନ କଲେ ସେମାନଙ୍କ ମ୍ୟାଚ ଫି କାଟି ଦିଆଯିବ । ଠିକ୍ ସେପରି ଯେମିତି ଏକ ଘରୋଇ କମ୍ପାନୀରେ ଜଣେ କର୍ମଚାରୀ ସହ ହୋଇଥାଏ । ଖରାପ ପ୍ରଦର୍ଶନ କଲେ କଟିବ ମ୍ୟାଚ ଫି୍ । ଯଦି ଜଣେ ଖେଳାଳିଙ୍କୁ ସିଜନରେ ୫୦ ପ୍ରତିଶତ ଟେଷ୍ଟରେ ପ୍ଲେଇଙ୍ଗ ଇଲେଭେନରେ ସାମିଲ କରାଯାଏ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ସେହିପରି ଯଦି ୭୫ ପ୍ରତିଶତ ମ୍ୟାଚରେ ଜଣେ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଏ ତେବେ ତାଙ୍କ ପ୍ରୋତ୍ସାହନ ରାଶି ୪୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ବର୍ତ୍ତମାନ ପ୍ରତ୍ୟେକ ଟେଷ୍ଟ ଖେଳିବାକୁ ଭାରତୀୟ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ମିଳୁଛି ।

ଏହା ବି ପଢନ୍ତୁ...ନୂଆ ଅଧିନାୟକ ଖୋଜି ନିଅ, ବିସିସିଆଇ ବୈଠକରେ ଏମିତି କହିଲେ ରୋହିତ


ବିସିସିଆଇ ସମୀକ୍ଷା ବୈଠକରେ ଦିଆଯାଇଥିବା ପରାମର୍ଶ ଅନୁଯାୟୀ, ଯଦି ଜଣେ ଖେଳାଳିଙ୍କ ପ୍ରଦର୍ଶନ ଆଶାନୁରୂପ ନ ହୁଏ ତେବେ ଏହା ତାଙ୍କ ଆୟ ଉପରେ ପ୍ରଭାବ ପକାଇବ । ଏହି ପରାମର୍ଶ ଖେଳାଳିମାନଙ୍କୁ ଅଧିକ ଦାୟିତ୍ବବାନ କରିବ । ପ୍ଲେୟାର ଦାୟିତ୍ବ ପୂରଣ କରିବାରେ ବିଫଳ ହେଲେ ସେମାନଙ୍କ ପାରିଶ୍ରମିକ କମିବ ।

ପ୍ଲେୟାରଙ୍କ ସହ ଯିବେନି ପରିବାର- ଅଷ୍ଟ୍ରେଲିଆଠୁ ଶୋଚନୀୟ ପରାଜୟ ପରେ ଭାରତୀୟ କ୍ରିକେଟ ଦଳ ପାଇଁ ନୂଆ ନିୟମ ଆଣିଛି ବିସିସିଆଇ । ଖେଳାଳି ଓ କୋଚଙ୍କ ଉପରେ ଅନେକ କଟକଣା ଆଣିଛି । ଏଣିକି ଖେଳାଳିଙ୍କ ପରିବାର ହୁଅନ୍ତୁ କି ସେମାନଙ୍କ ପତ୍ନୀ ସିଜିନରେ ସେମାନଙ୍କ ସହ ଯାଇପାରିବେ ନାହିଁ । ନୂଆ ନିୟମ ଅନୁସାରେ ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ଦିନ କିମ୍ବା ଅଧିକ ହୁଏ ତେବେ ପରିବାର କିମ୍ବା ଖେଳାଳିଙ୍କ ପତ୍ନୀ ସେମାନଙ୍କ ସହ ଯାଇପାରିବେ ନାହିଁ । କେବଳ ୧୪ ଦିନ ରହିବାକୁ ଅନୁମତି ମିଳିବ । ଯଦି ଟୁର ଏହାଠୁ କମ ହୁଏ ତେବେ ୭ ଦିନ ହେବ । ଏହା ସହିତ ନୂଆ ନିମୟ ଅନୁସାରେ ପୁରା ଟୁର୍ଣ୍ଣାମେଣ୍ଟରେ ପତ୍ନୀ ଖେଳାଳିଙ୍କ ସହ ରହିପାରିବେ ନାହିଁ । ପରିବାର କେବଳ ୨ ସପ୍ତାହ ସାଙ୍ଗରେ ରହିପାରିବେ । ସବୁ  ଖେଳାଳିଙ୍କୁ ଟିମ୍ ବସରେ ଯାତ୍ରା କରିବାକୁ ହେବ । ମୁଖ୍ୟ କୋଚଙ୍କ ମ୍ୟାନେଜର ଟିମ୍ ବସରେ ଯାତ୍ରା କରିପାରିବେ ନାହିଁ । ଖାଲି  ସେତିକି ନୁହେଁ ଯଦି ଖେଳାଳିଙ୍କ ଲଗେଜ ଓଜନ ୧୫୦ କେଜିରୁ ଅଧିକ ହୁଏ ତେବେ ବିସିସିଆଇ ଅତିରିକ୍ତ ଶୁଳ୍କ ଦେବ ନାହିଁ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.