ନୂଆଦିଲ୍ଲୀ,୦୮/୧୧:  ଦେଶରେ ଆଉ  ୪ଟି ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଶନିବାର  ପ୍ରଧାନମନ୍ତ୍ରୀ ମୋଦି ବାରାଣାସୀରେ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସର  କରିଛନ୍ତି ଶୁଭାରମ୍ଭ । ତେବେ ଏହି ନୂଆ ବନ୍ଦେ ଭାରତ ଟ୍ରେନ ବାରାଣସୀ-ଖଜୁରାହୋ, ଫିରୋଜପୁର-ଦିଲ୍ଲୀ, ଲକ୍ଷ୍ମୌ-ସହାରନପୁର ଓ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ। ଏହି ୪ଟି ଟ୍ରେନକୁ ସହ ଭାରତରେ ମୋଟ୍ ୧୬୪ ଟ୍ରେନ ଯାତାୟାତ ହେଉଛି । ବ୍ୟସ୍ତବହୁଳ ସ୍ଥାନରେ ବନ୍ଦେ ଭାରତରେ ଯାତ୍ରା ସମୟକୁ ହ୍ରାସ କରି ସମୟ ବଞ୍ଚାଇବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। 

ବନ୍ଦେ ଭାରତ ଟ୍ରେନର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ବାବା ବିଶ୍ୱନାଥଙ୍କ ପବିତ୍ର ସହରରେ ସମସ୍ତ ଲୋକଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"ଭାରତୀୟ ରେଲଓ୍ବେର ଏକ ନୂତନ ପିଢିର ମୂଳଦୁଆ ପଡ଼ିଛି। ବିକଶିତ ଦେଶଗୁଡ଼ିକରେ ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ କାରକ ହେଉଛି ଭିତ୍ତିଭୂମି । ଭାରତ ମଧ୍ୟ ବିକାଶ ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି ।" ବାରଣାସୀ -ବାରାଣସୀ- ଖଜୁରାହୋ ବନ୍ଦେ ଭାରତ ଏହି ରୁଟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ ଏବଂ ବର୍ତ୍ତମାନ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନଗୁଡିକ ତୁଳନାରେ ଏହା ପ୍ରାୟ ୨ ଘଣ୍ଟା ୪୦ ମିନିଟ ସମୟ ବଞ୍ଚାଇବ । ବନାରସ- ଖଜୁରାହୋ ବନ୍ଦେ ଭାରତ ଏକ୍ସପ୍ରେସ ବାରାଣସୀ, ପ୍ରୟାଗରାଜ, ଚିତ୍ରକୂଟ, ଖଜୁରାହୋ ସମତେ ଭାରତର ଅନେକ ଧାର୍ମିକ ଓ ସାଂସ୍କୃତିକ ସ୍ଥଳକୁ ସଂଯୋଗ କରିବ ।  ସେହିପରି ଲକ୍ଷ୍ମୌ- ସହାରନପୁର ବନ୍ଦେ ଭାରତ ପାଖାପାଖି ୭ ଘଣ୍ଟା ୪୫ ମିନିଟ ମଧ୍ୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଓ ପାଖାପାଖି ୧ ଘଣ୍ଟା ସମୟ ବଞ୍ଚାଇବ । ଫିରୋଜପୁର-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଏହି ରୁଟରେ ଗତି କରୁଥିବା ସବୁଠାରୁ ଦ୍ରୁତତମ ଟ୍ରେନ ହେବାକୁ ଯାଉଛି । ମାତ୍ର ୬ ଘଣ୍ଟା ୪୦ ମିନିଟ ମଧ୍ୟରେ ଏହା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ଯାତ୍ରୀ । ସେହିପରି ଦକ୍ଷିଣ ଭାରତରେ, ଏର୍ଣ୍ଣାକୁଲମ ଓ ବେଙ୍ଗାଲୁରୁ ବନ୍ଦେ ଭାରତ ପାଖାପାଖି ୮ ଘଣ୍ଟା ୪୦ ମିନିଟ ମଧ୍ୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ୨ ଘଣ୍ଟା ସମୟ ହ୍ରାସ କରିବ ।