ଭୁବନେଶ୍ୱର, ୨୧/୦୯: ଭାରତୀୟ ଜୁନିୟର ମହିଳା ହକି ଦଳ  ଚଳିତ ମାସ ଅଷ୍ଟ୍ରେଲିଆ ଗସ୍ତ କରି  ୫ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ ।  ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୩ଜଣିଆ ଦଳ ଘୋଷଣା ହୋଇଛି ।  ଏହି ଦଳରେ ଓଡ଼ିଶାରୁ ୪ଜଣ ଖେଳାଳି  ସ୍ଥାନ ପାଇଛନ୍ତି । ସେମାନେ ହେଲେ ସୁନେଲିତା ଟପ୍ପୋ, ମମିତା ଓରାମ,  ପୂଜା ସାହୁ ଏବଂ ରାଣୀ ମିଞ୍ଜ । ଜ୍ୟୋତି  ସିଂହଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ  କରାଯାଇଛି ।

କାନବେରା ଠାରେ ଥିବା  ଜାତୀୟ ହକି କେନ୍ଦ୍ରରେ ଆସନ୍ତା ୨୬ରୁ  ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି  ସିରିଜ ଖେଳାଯିବ । ଭାରତୀୟ ଦଳ  ଅଷ୍ଟ୍ରେଲିଆ ଜୁନିୟର ଦଳ ବିପକ୍ଷରେ ୩ଟି ମ୍ୟାଚ୍‌ ଏବଂ ଅଷ୍ଟ୍ରେଲିଆ ହକି ୱାନ୍‌  ଲିଗ୍‌ କ୍ଲବ୍‌ କାନବେରା ଚିଲ ବିପକ୍ଷରେ  ଶେଷ ୨ଟି ମ୍ୟାଚ୍‌ ଖେଳିବ । ଏହି  ସିରିଜ ଜରିଆରେ ଉଭୟ ଦଳ ଆଗାମୀ ଜୁନିୟର ମହିଳା ହକି ବିଶ୍ୱକପ୍‌ ପାଇଁ  ପ୍ରସ୍ତୁତି କରିବେ । ଆଗାମୀ ଡିସେମ୍ବରରେ  ଚିଲିର ସାଣ୍ଟିଆଗୋ ଠାରେ ଜୁନିୟର  ବିଶ୍ୱକପ୍‌ ଅନୁଷ୍ଠିତ ହେବ ।

ଭାରତୀୟ ଦଳ

ଗୋଲ୍‌କିପର- ନିଧି, ରାଣୀ ମିଞ୍ଜ³  ଡିଫେଣ୍ଡର- ମନୀଷା, ଜ୍ୟୋତି ସିଂହ  (ଅଧିନାୟିକା), ଲାଲ୍‌ଥନ୍ତଲୁଆଙ୍ଗି,  ମମିତା ଓରାମ, ସାକ୍ଷୀ ଶୁକ୍ଳା, ପୂଜା  ସାହୁ, ନନ୍ଦିନୀ³ ମିଡ୍‌ଫିଲ୍ଡର- ପ୍ରିୟଙ୍କା  ଯାଦବ, ସାକ୍ଷୀ ରାଣା, କେଏସ୍‌. ଚାନୁ,  ରଜନୀ କେରକେଟ୍ଟା, ବିନିମା ଧନ,  ଈଶିକା, ସୁନେଲିତା ଟପ୍ପୋ, ଅନିଶା  ସାହୁ³ ଫରୱାର୍ଡ- ଲାଲ୍‌ରିନପୁଇ, ନିଶା ମିଞ୍ଜ, ପୂର୍ଣ୍ଣିମା ଯାଦବ, ସୋନମ,  କନିକା ସିୱାଚ, ସୁଖବୀର କୌର ।