ଭୁବନେଶ୍ବର, ୦୬/୧୧: ଭାରତୀୟ ବଂଶୋଦ୍ଭବ ନ୍ୟୁୟର୍କ ମେୟରଙ୍କ ଓଡ଼ିଶା ଲିଙ୍କ୍ । ଜୋହରାନ ମମ୍ଦାନୀଙ୍କ ସହ ସୁନ୍ଦରଗଡ଼ କନେକ୍ସନ । ପୂର୍ବତନ ଜିଲ୍ଲାପାଳଙ୍କ ନାତି ଜୋହରନ୍ । ଆମେରିକାରେ ନ୍ୟୁୟର୍କ ମେୟର ନିର୍ବାଚନ ଜିତି ଇତିହାସ ରଚିଥିବା ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ଜୋହରାନ ମମ୍ଦାନୀଙ୍କର ରହିଛି ଓଡ଼ିଶା କନେସନ । ପ୍ରସିଦ୍ଧ ଉଗାଣ୍ଡା ଲେଖକ ମହମ୍ମୁଦ ମମଦାନୀ ଏବଂ ମୀରା ନାୟରଙ୍କ ସୁପତ୍ର ହେଉଛନ୍ତି ୩୪ ବର୍ଷୀୟ ମୁସଲିମ୍ ମେୟର । ସେ ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଅମୃତଲାଲ ନାୟାରଙ୍କ ନାତି ବୋଲି କୁହାଯାଉଛି । ଗୁଜରାଟର ମୂଳବାସିନ୍ଦା ଅମୃତଲାଲ ନାୟର ୧୯୫୮ରେ କଲେକ୍ଟର ଥିବା ବେଳେ ଜୋହରାନଙ୍କ ମାଆ ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ । ମୁମ୍ବାଇରେ ଚଳଚ୍ଚିତ୍ର ନିର୍ମାତା ଭାବେ ପ୍ରସିଦ୍ଧି ଅର୍ଜନ କରିବା ପରେ ପ୍ରଥମେ ଉଗାଣ୍ଡା ପରେ ଆମେରିକା ଚାଲିଯାଇଥିଲେ ।
ମେୟର ଜୋହରାନ ମମ୍ଦାନୀଙ୍କ ମାଆ ମୀରା ନାୟର ଭାରତୀୟ ଚଳଚ୍ଚିତ୍ର ଜଗତରେ ଜଣେ ବଡ଼ ହସ୍ତୀ ଥିଲେ । ‘ସଲାମ ବମ୍ବେ’ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ମାଣ କରି ପଦ୍ମଭୂଷଣ ଭଳି ସମ୍ମାନରେ ସମ୍ମାନିତ ହୋଇଛନ୍ତି ମୀରା । ପରେ ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର ନିର୍ମାଣରେ ମନ ବଦଳାଇଥିଲେ । "ମନସୁନ ୱେଡିଂ" ଏବଂ "ଦି ନେମସେକ୍" ଭଳି ଫିଲ୍ମ ତିଆରି କରି ପୁରସ୍କାର ପାଇଛନ୍ତି । ମୀରା ନାୟର ପ୍ରଥମେ ଜଣେ ଖ୍ରୀଷ୍ଟିୟାନ ଲେଖକ ମିଚ୍ ଏଫଟେନ୍ଙ୍କୁ ବିବାହ କରିଥିଲେ । ପରେ ତାଙ୍କୁ ଛାଡ଼ପତ୍ର ଦେଇ ପ୍ରସିଦ୍ଧ ଉଗାଣ୍ଡା ଲେଖକ ମହମ୍ମୁଦ ମମଦାନୀଙ୍କୁ ବିବାହ କରି ଉଗାଣ୍ଡା ଚାଲିଯାଇଥିଲେ । ସେଠାରେ ୧୯୯୧ ଅକ୍ଟୋବର ୧୮ ତାରିଖରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଯିଏ ଆଜିର ନବନିର୍ବାଚିତ ନ୍ୟୁୟର୍କର ମେୟରା ବା ଜୋହରାନ ମମ୍ଦାନୀ । ଜୋହରାନ ୭ ବର୍ଷ ବୟସରୁ ମାଆଙ୍କ ସହ ଆମରିକାରେ ରହି ଆସୁଛନ୍ତି । ୨୦୧୮ରେ ନାଗରିକତା ମିଳିବା ପରେ ନ୍ୟୁୟର୍କ ନିର୍ବାଚନ ଜିତି ଇତିହାସ ସୃଷ୍ଟି କରିଛନ୍ତି ।
ଜୋହରାନ ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର । ୩୪ବର୍ଷୀୟ ଜୋହରାନ ସ୍ବାଧୀନ ପ୍ରାର୍ଥି ଭାବେ ଲଢ଼ି ପୂର୍ବତନ ରାଜ୍ୟପାଳ ଆଣ୍ଡ୍ରିୟୁ କୁଓମୋ ଏବଂ ରିପବ୍ଲିକାନ୍ ପାର୍ଟିର କର୍ଟିସ୍ ସ୍ଲିୱାଙ୍କୁ ପରାସ୍ତ କରିଛନ୍ତି । ଆଉ ବିନି ଯାଇଛନ୍ତି ଶତାବ୍ଦୀର ସବୁଠାରୁ କମ୍ ବୟସ୍କ ମେୟର । ଜୋହରାନ୍ ମମଦାନୀ ଆସନ୍ତା ଜାନୁଆରୀ ପହିଲାରୁ କାର୍ଯ୍ୟଭାର ଗ୍ରହଣ କରିବେ । ତାଙ୍କ ସାମ୍ନାରେ ସବୁଠୁ ଚ୍ୟାଲେଞ୍ଜ ରହିବ ପ୍ରଚାର ସମୟରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା । ସେ ପ୍ରଥମେ ସହରବାସୀଙ୍କ ଦାବି ପୂରଣ କରିବାକୁ ଚେଷ୍ଟା କରିବେ ।