ଭୁବନେଶ୍ବର,୭।୧୦ : କଟକରେ ଇଣ୍ଟରନେଟ ସେବା ହେଲା ସ୍ବାଭାବିକ । ୪୮ ଘଣ୍ଟା ପରେ ଉଠିଲା କଟକଣା । କଟକରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ରବିବାର ସନ୍ଧ୍ୟା ୭ଟାରୁ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା। ହ୍ବାଟ୍‌ସ ଆପ୍‌, ଫେସବୁକ୍, ଏକ୍ସ, ଇନ୍‌ଷ୍ଟାଗ୍ରାମ ଉପରେ କଟକଣା  ରହିଥିଲା। 

 ରବିବାର ସନ୍ଧ୍ୟାରେ କଟକରେ ଉତ୍ତେଜନା ଦେଖା ଦେଇଥିଲା।  ସ୍ଥିତି ସ୍ବାଭାବିକ କରିବା ପାଇଁ ପ୍ରଥମେ  ରବିବାର ସନ୍ଧ୍ୟା ୭ଟାରୁ ୨୪ ଘଣ୍ଟା ପାଇ କଟକ ସହରରେ   ଇଣ୍ଟରନେଟ ସେବା ଗୃହ ବିଭାଗ ପକ୍ଷରୁ ବନ୍ଦ କରାଯାଇଥିଲା। ସେହିପରି ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲଗାଯାଇଥିଲା।  ପୁଣି ସୋମବାର ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ କଟକଣା ବଢାଯାଇଥିଲା। ମଙ୍ଗଳବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କଟକଣା ରହିଥିଲା।  ୪୮ ଘଣ୍ଟା ପରେ କଟକ ସହରରେ  ଇଣ୍ଟରନେଟ କଟକଣା ହଟିଛି।

ସେହିପରି କଟକର ୧୩ ଥାନା ଅଞ୍ଚଳରେ ରବିବାର ଠାରୁ ୩୬ ଘଣ୍ଟିଆା କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିଲା। ମଙ୍ଗଳବାର  ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିଥିଲା। ଏହା ପରେ  କର୍ଫ୍ୟୁ କଟକଣା ଉଠିଯାଇଥିଲା। କଟକରେ  ପରିସ୍ଥିତି ବର୍ତ୍ତମାନ  ନିୟନ୍ତ୍ରଣରେ ରହିଛି। ଜୀବନ ଯାତ୍ରା ସ୍ବାଭାବିକ ହୋଇଛି।