ନୂଆଦିଲ୍ଲୀ,୩୦/୦୯: ଇଣ୍ଡୋନେସିଆ ଜାଭାରେ ଅଘଟଣ । ଭୁଶୁଡିଲା ସ୍କୁଲ ଛାତ । ଭଗ୍ନାବଶେଷ ତଳେ ୬୫ ପିଲା ଚାପି ହୋଇ ରହିଥିବା ଆଶଙ୍କା । ନାମଜ ପାଠ ବେଳେ ଇଣ୍ଡୋନେସିଆରେ ଏକ ଇସଲାମିକ୍ ବୋଡିଂ ସ୍କୁଲର ଛାତ ଅଚାନକ ଭୁଶୁଡି ପଡ଼ିଥିଲା  । ପ୍ରାର୍ଥନା ପାଇଁ ଛାତ୍ରଛାତ୍ରୀ ଏକାଠି ହୋଇଥିବା ବେଳେ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଭାଗ୍ନାବଶେଷ ତଳେ ୬୫ରୁ ଅଧିକ ଛାତ୍ରଛାତ୍ରୀ ଦବି ହୋଇ ରହିଥିବା ଆଶଙ୍କା କରାଯାଉଛି । ସସସ୍ତ ପିଲାଙ୍କ ବୟସ ୧୨ରୁ ୧୭ ବର୍ଷ ମଧ୍ୟରେ ହେବ ଅଘଟଣର ଖବର ପାଇ ପୁଲିସ୍ ଉଦ୍ଧାରକାରୀ ଟିମ୍ ରେସ୍କ୍ୟୁ ଜାରି ରଖିଛନ୍ତି । ୧୨ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍କୁଲ ପରିସରରେ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି ।

​​​​​​​ଅଘଟଣର ୮ ଘଣ୍ଟା ପରେ ପୁଲିସ, ସେନା ଏବଂ ଉଦ୍ଧାରକାରୀ ଟିମ୍ ଆହତ ୮ ଜଣଙ୍କୁ ଭଗ୍ନାବଶେଷ ତଳୁ ବାହାର କରିବାରେ ସଫଳ ହୋଇଛନ୍ତି । ଭଗ୍ନାବଶେଷ ତଳେ ଅନେକ ଛାତ୍ରଛାତ୍ରୀ ଚାପି ହୋଇ ରହିଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ନମାଜ ପଡୁଥିବା ସମୟରେ ଛାତ ଭୁଶୁଡ଼ି ପଡିଛି । କୋଠା ନିର୍ମାଣ କାର୍ଯ୍ୟ ନେଇ ଯାଞ୍ଚ ଚାଲିଛି । ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।