ଭୁବନେଶ୍ୱର,୦୨/୧୧: ଯୁଗ୍ମ  ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌  ୨୦୨୬ ପାଇଁ ଅନ୍‌ଲାଇନ ଆବେଦନ  ଆରମ୍ଭ ହୋଇଛି । ଆସନ୍ତା ୨୭ ତାରିଖ  ରାତି ୯ ଯାଏ ଅନ୍‌ଲାଇନ ଆବେଦନ  ପ୍ରକ୍ରିୟା ଚାଲିବ । ରାତି ୧୧ଟା ୫୦ ମଧ୍ୟରେ  ଅନ୍‌ଲାଇନ ଫି ଦାଖଲର ସୁଯୋଗ ମିଳିବ । ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ପରୀକ୍ଷା  ସହରର ନାମ ଘୋଷଣା କରାଯିବ । ଜାନୁଆରୀ ୨୧ରୁ ୩୦ ମଧ୍ୟରେ ପରୀକ୍ଷା  ହେବ । ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା  ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ  ରଖାଯାଇଛି । ଏନେଇ ନ୍ୟାସନାଲ୍  ଟେଷ୍ଟିଂ ଏଜେନ୍ସି  (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ଏନ୍‌ଟିଏର ବିଜ୍ଞପ୍ତି ଅନୁଯାୟୀପ୍ରଥମ ସେସନ୍‌ ୨୦୨୬ ଜାନୁଆରୀରେ  ହେବାକୁ ଥିବା ବେଳେ ଦ୍ୱିତୀୟ ସେସନ୍‌  ଏପ୍ରିଲ୍‌ ମାସରେ ହେବ । ଦୁଇଟି ଯାକ  ସେସନ୍‌ର ପରୀକ୍ଷା କମ୍ପ୍ୟୁଟର ବେସଡ୍‌  ଟେଷ୍ଟ (ସିବିଟି) ମୋଡ୍‌ କରାଯିବ । ଦୁଇଟି ପେପରରେ ପରୀକ୍ଷା ହେବ ।  ପେପର-୧ ପରୀକ୍ଷା ବିଟେକ୍‌, ବିଇ  (ଇଞ୍ଜିନିୟରିଂରେ ସ୍ନାତକ ପାଠ୍ୟକ୍ରମ) ରେ ନାମ ଲେଖାଇବା ପାଇଁ ହେବ ।  ଯେଉଁଥିରେ ଏନ୍‌ଆଇଟି, ଆଇଆଇଟି ଓ  ଅନ୍ୟ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଟେକ୍ନିକାଲ  ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟବୈଷୟିକ ଶିକ୍ଷା ପ୍ରତିଷ୍ଠାନ ପ୍ରମୁଖରେ  ନାମ ଲେଖାଇବାର ସୁଯୋଗ ମିଳିବ ।