ନୂଆଦିଲ୍ଲୀ,୨୨/୦୯: ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ନୂଆ ଜିଏସ୍ଟି କାର୍ଯ୍ୟକାରୀ ହୋଇଛି । ସେପ୍ଟେମ୍ବର ୩ରେ ହୋଇଥିଲା ଜିଏସ୍ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ପରେ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି । ୧୨% ଓ ୨୮% ଟ୍ୟାକ୍ସ ସ୍ଲାବ୍ ଉଚ୍ଛେଦ ହୋଇଛି । ଏଣିକି କେବଳ ୫% ଓ ୧୮% ଜିଏସ୍ଟି ରହିଛି । ଅଧିକାଂଶ ସାମଗ୍ରୀର ଦର ହ୍ରାସ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ସାଂସଦ ଜୟୀରାମ ରମେଶ ସାଧାରଣ ଲୋକଙ୍କୁ ଏହାର ଲାଭ ମିଳିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସେ କହିଛନ୍ତି କେବଳ ଜଣେ ସିଏମ୍ ଜିଏସଟିକୁ ବିରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ସାମଗ୍ରୀ ଓ ସେବା ଟିକସ ବା ଜିଏସ୍ଟିକୁ ବିରୋଧ କରିଥିଲେ ।
କଂଗ୍ରେସ ସାଂସଦ ଜୟୀରାମ ରମେଶ କହିଛନ୍ତି, ''ଜୁଲାଇ ୨୦୧୭ରେ ପ୍ରଥମ ଥର ଜିଏସ୍ଟି ଲାଗୁ ହୋଇଥିଲା । ଯେବେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଏହାକୁ 'ଜିଏସ୍ଟି ନୁହେଁ ଗବର୍ ସିଂ ଟ୍ୟାକ୍ସ' ବୋଲି କହିଥିଲେ । ଏହା ସରଳ କି ଭଲ ନୁହେଁ । ଆମେ କହିଥିଲୁ ବିମୁଦ୍ରୀକରଣ ପରେ ଆମ ଅର୍ଥ ବ୍ୟବସ୍ଥାକୁ ଝଟକା ଦେବ । ୮ ବର୍ଷ ହୋଇଗଲା ସେମାନେ ମାନିଲେ ନାହିଁ । ଜିଏସଟିରେ ସୁଧାର ଆଣିବାକୁ କହିଥିଲୁ ହେଲେ ଶୁଣିଲେ ନାହିଁ । ଟ୍ରମ୍ପଙ୍କ ଟାରିଫ୍ ପରେ ତାରିଫ୍ ମିଳିଲା ନାହିଁ ଟାରିଫ୍ ମିଳିଲା ତେଣୁ ବାଧ୍ୟ ହୋଇ ନୂଆ ଜିଏସଟି ନିଷ୍ପତ୍ତି ନେଇଛନ୍ତି । ଉତ୍ସବ ପାଳନ କରୁଛନ୍ତି । GST ଲାଗୁ କରିବାର ପ୍ରସ୍ତାବ ପ୍ରଥମେ ୨୦୦୬ର ବଜେଟ୍ ଭାଷଣରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଦେଇଥିଲେ। ୨୦୧୦ରେ, କେବଳ ଜଣେ ମୁଖ୍ୟମନ୍ତ୍ରୀ GSTକୁ ବିରୋଧ କରିଥିଲେ, ଏବଂ ସେହି ମୁଖ୍ୟମନ୍ତ୍ରୀ ୨୦୧୪ରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏକ ୟୁ-ଟର୍ଣ୍ଣ ନେଇଥିଲେ । ୨୦୧୭ରେ GSTର ଉଦ୍ଭାବକ ଭାବେ ଉଭା ହୋଇଥିଲେ । ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ''
ଜୟୀରାମ ରମେଶ ଆହରୁ କହିଛନ୍ତି, '' ବହୁତ ମୁଦ୍ଦା ବାକି ଅଛି । ପ୍ରକ୍ରିୟାରେ ଯେଉଁ ଜଟିଳତା ଅଛି ସେଥିରେ ସୁଧାର ଆଣିବାର ଆବଶ୍ୟକ ଅଛି । କଣ ଏହି ଦର ହ୍ରାସ ଗ୍ରାହକଙ୍କୁ ଲାଭ ମିଳିବ କି ? ନିବେଶ ବଢିବ କି ? ୮ ବର୍ଷ ହେବ ଆମେ ଯେଉଁ ଦାବି କରୁଥିଲୁ ସେଥିଲେ ସାମନ୍ୟ ସରଳତା ଆସିଛି ।''