ବାସୁଦେବପୁର,୧୧।୧୦ : ବାସୁଦେବପୁର ଥାନା ବ୍ରାହ୍ମଣିଗାଁ ଛକର ଅନତି ଦୂରରେ ଶନିବାର ସନ୍ଧ୍ୟାରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି। ଲୁଟର ଶିକାର ହୋଇଛନ୍ତି କାମରଗାଁ ବଜାର ଅହଲ୍ୟା ଜୁଏଲରର ମାଲିକ ପ୍ରହ୍ଲାଦ ସାହୁ।
ସିମୁଳିଆ ଥାନା ବେଗୁନିଆ ଅଂଚଳର ବ୍ୟବସାୟୀ ପ୍ରହ୍ଲାଦ ସାହୁ କାମରଗାଁ ବଜାରରେ ଅହଲ୍ୟା ଜୁଏଲର କରିଛନ୍ତି। ଶନିବାର ସନ୍ଧ୍ୟାରେ ଦୋକାନ ବନ୍ଦ କରି ପ୍ରହ୍ଲାଦ ନିଜର ଲୁନା ସାହାଯ୍ୟରେ ଘରକୁ ଯାଉଥିଲେ। ଏକ ବାଇକରେ ତିନି ଜଣ ଆସି ପ୍ରହ୍ଲାଦକୁ ସାଇଟ ମାରି ଅଟକାଇ ଥିଲେ। ପ୍ରହଲ୍ଲାଦଙ୍କ ନିକଟରେ ଥିବା ସୁନା ୮ ଭରି ଓ ରୁପା ଏକ କେଜିକୁ ଦୁର୍ବୃତ୍ତମାନେ ଛଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଲୁଟ୍ କରି ବାଇକ ଯୋଗେ ଭଦ୍ରକ ଅଭିମୁଖେ ଖୁବ ଦ୍ରୁତଗତିରେ ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ଉକ୍ତ ବାଇକକୁ ପିଛା କରିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ ପାଇନଥିଲେ। ସୁନା ଓ ରୁପା ସହିତ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିବା ପ୍ରହଲ୍ଲାଦ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯାଇଥିଲେ।