ନୂଆଦିଲ୍ଲୀ ୧୪/୦୯: ଆମିର ଖାନ୍‌ ପ୍ରଡକ୍ସନ୍‌ସର ଅପ୍‌କମିଙ୍ଗ ରୋମାଣ୍ଟିକ୍‌ ଡ୍ରାମାକୁ ମିଳିଛି ଟାଇଟଲ । ଫିଲ୍ମର ନାଁ ମେରେ ରହୋ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜୁନୈଦ ଖାନ୍‌ ଓ ସାଉଥ୍‌ ନାୟିକା ସାଈ ପଲ୍ଲବୀ । ଆସନ୍ତା ଡିସେମ୍ବର ୧୨ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ଏହି ଘୋଷଣା ସହିତ ଫିଲ୍ମକୁ ନେଇ ରହିଥିବା ସମସ୍ତ ଗୁଜବର ଅନ୍ତ ଘଟିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁନୀଲ ପାଣ୍ଡେ । ଆମିରଙ୍କ ସମେତ ମନସୂର ଖାନ୍‌ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ଏହା ପୂର୍ବରୁ ଫିଲ୍ମର ନାଁ ଏକ୍‌ ଦିନରଖାଯାଇଥିଲା ଏବଂ ଆସନ୍ତା ନଭେମ୍ବର ୭ରେ ମୁକ୍ତିଲାଭ ହେବାର ଥିଲା। ତାହା ହୋଇଥିଲେ, ଅଗସ୍ତ୍ୟ ନନ୍ଦାଙ୍କ ଇକ୍କିଶ୍‌ସହିତ ଫିଲ୍ମର ଟକ୍କର ହୋଇଥାନ୍ତା।

ଏବେ କିନ୍ତୁ ନୂଆ ଘୋଷଣା ଅନୁସାରେ, ‘ମେରେ ରହୋଡିସେମ୍ବରରେ ମୁକ୍ତିଲାଭ କରିବ ଏବଂ କାହା ସହିତ ତାର ଟକ୍କର ହେବ ନାହିଁ । ଜାପାନର ସୁନ୍ଦର ଶୀତଦିନିଆ ପରିବେଶରେ ଫିଲ୍ମଟି ପ୍ରସ୍ତୁତ ହୋଇଛି ଏବଂ ପ୍ରସିଦ୍ଧ ସାପୋରୋ ତୁଷାର ପର୍ବକୁ ଏହା ସ୍ଥାନ ଦେଇଛି । ୨୦୨୪ ଆରମ୍ଭରେ ସେଠାରେ ଫିଲ୍ମର ଅଧିକାଂଶ ସୁଟିଂ ହୋଇଥିଲା । ତୁଷାରପାତ ଯୋଗୁ ସୁଟିଂରେ ଟିକିଏ ବିଳମ୍ବ ବି ହୋଇଥିଲା । ମେରେ ରହୋଜୁନୈଦଙ୍କର ୩ୟ ପ୍ରୋଜେକ୍ଟ ଏବଂ ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଥିବା ୨ୟ ଫିଲ୍ମ । ୟଶରାଜ ଫିଲ୍ମସର ମହାରାଜଜରିଆରେ ସେ ଓଟିଟିରେ ପ୍ରଥମେ ପରଦାକୁ ଆସିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ଲଭ୍‌ୟାପା