ନୂଆଦିଲ୍ଲୀ,୧୬/୦୯ : ମୌସୁମୀ ପ୍ରବେଶ ପରେ, କେରଳରେ ଆତଙ୍କ ଖେଳାଇଛି ଏକ ଅଜବ ରୋଗ । ମସ୍ତିଷ୍କକୁ ସଂକ୍ରମଣ କରୁଥିବା ଏହି ରୋଗ ଯୋଗୁଁ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି । ମାସରେ ତୃତୀୟ ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସିଛି । କେରଳରେ ବ୍ରେନ୍ ଇଟିଂ ଏମିବାର ମୋଟ ୬୭ଟି ମାମଲା ଚିହ୍ନଟ ହୋଇଛି । ମସ୍ତିଷ୍କ ଖାଉଥିବା ଏମିବା' ର ଶିକାର ହୋଇ ରାଜ୍ୟରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

କେରଳରେ ବିରଳ ମସ୍ତିଷ୍କ ଖାଉଥିବା ଏମିବା ମେନିଞ୍ଜାଏନ୍ସଫାଲାଇଟିସ୍ ମାମଲାରେ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଥିରୁଅନନ୍ତପୁରମର ଜଣେ ୧୭ ବର୍ଷୀୟ ନାବାଳାକ ଏହି ଘାତକ ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିବା ନୂଆ ମାମଲା ସାମ୍ନା ଆସିଛି । ଏହା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଇମିଂ ପୁଲ୍‌ ଗୁଡିକୁ ବନ୍ଦ କରି ପରୀକ୍ଷଣ ପାଇଁ ପାଣି ନମୂନା ସଂଗ୍ରହ କରାଯାଇଛି । ସଂକ୍ରମଣ ଜଣାପଡିବା ପରେ ବାଳକ ଜଣଙ୍କ ସାଙ୍ଗଙ୍କ ସହିତ ପୁଲ୍‌କୁ ଗାଧୋଇବାକୁ ଯାଇଥିଲେ । ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୧୪ ସୁଦ୍ଧା କେରଲରେ ୬୭ ମାମଲା ଚିହ୍ନଟ ହୋଇଛନ୍ତି ।
ସରକାରୀ ସୂଚନା- କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଲୋକମାନଙ୍କୁ ଅପରିଷ୍କାର ପାଣିଠୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, "ଆମୋବିକ୍ ଏନସେଫାଲାଇଟିସ୍ ନାମକ ରୋଗକୁ ରୋକିବା ପାଇଁ କେଉଁ ପ୍ରତିଷେଧକ ପଦକ୍ଷେପ ନିଆଯିବା ଉଚିତ ? କିଛି ଜିନିଷ ଯାହା ଆମକୁ ପ୍ରଥମେ ଜାଣିବା ଆବଶ୍ୟକ। କୂଅ ଏବଂ ପୁଲର କ୍ଲୋରିନେସନ କରିବା, ଜଳ ସଂରକ୍ଷଣକୁ ସଫା ରଖିବା ଏବଂ ଗାଧୋଇବା ସମୟରେ ନାକରେ ପାଣି ପ୍ରବେଶ ନକରିବା ହେଉଛି ପ୍ରମୁଖ ପ୍ରତିଷେଧକ ।''

ବ୍ରେନ୍ ଇଟିଂ ଏମିବା କ'ଣ ? ଆମିବିକ୍ ମେନିଙ୍ଗୋଏନ୍ସେଫାଲାଇଟିସ୍, ଯାହାକୁ ପ୍ରାୟତଃ "ମସ୍ତିଷ୍କ ଖାଉଥିବା ଏମିବା" ସଂକ୍ରମଣ କୁହାଯାଏ । ଏହା ନାଏଗ୍ଲେରିଆ ଫାଉଲେରି ଦ୍ୱାରା ହୁଏ । ଏମିବା ଦୂଷିତ ପାଣିରେ ବଢ଼େ ଏବଂ ନାକ ଦେଇ ଶରୀରରେ ପ୍ରବେଶ କରେ । ଏହି ରୋଗ ଅତ୍ୟନ୍ତ ବିରଳ ଏବଂ ମାରାତ୍ମକ । ବିଶ୍ୱରେ ଏହାର ମୃତ୍ୟୁ ହାର ଅଧିକ । ଏମିବା ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ ।

ଲକ୍ଷଣ- 

ମୁଣ୍ଡବିନ୍ଧା
ଜ୍ୱର ଏବଂ ବାନ୍ତି
ବେକରେ ଯନ୍ତ୍ରଣା