ତୁରେକେଲା, ୨/୯ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଖଗସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେଡ୍ ମାଷ୍ଟରଙ୍କ ଗୁଣ୍ଡାରାଜ୍। ପୁଅ ସହ ମିଶି ସହାୟକ ଶିକ୍ଷକଙ୍କୁ ଆକ୍ରମଣ କଲେ ପ୍ରଧାନ ଶିକ୍ଷକ। ଦରମା ବଢାଇବା କଥା ପଚାରିବାରୁ ସହାୟକ ଶିକ୍ଷକଙ୍କୁ ମାଡ଼। ଗାଡ଼ି ଭାଙ୍ଗିଦେଲେ ବାପା-ପୁଅ।
ସୂଚନାନୁଯାୟୀ, ତୁରେକେଲା ବ୍ଲକ ଖଗସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ପୀତବାସ ସାହୁ ପ୍ରଧାନ ଶିକ୍ଷକ ଶ୍ରୀରାମ ଭୋଇଙ୍କୁ ଗତ ମାସର ଦରମା ବଢାଇବା କଥା ପଚାରିଥିଲେ। ଦରମା ବଢାଇବା କଥା ଶୁଣି ପ୍ରଧାନ ଶିକ୍ଷକ ଚିହିଁକି ଉଠିଥିଲେ। ମୋର୍ ଯାହା ଇଚ୍ଛା ସେୟା କରିବି ବୋଲି କହି ଶ୍ରୀରାମ ଭୋଇ ଆକ୍ରମଣ କରିଥିଲେ। ଏପରିକି ପୀତବାସଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତାଙ୍କ ପୁଅକୁ ଡକାଇ ପୀତବାସଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଗାଡି ଭାଙ୍ଗି ଦେଇଥିଲେ। ଗାଁ ଲୋକେ ଖବର ପାଇ ପ୍ରଧାନ ଶିକ୍ଷକ ଓ ତାଙ୍କ ପୁଅକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି।