ଭୁବନେଶ୍ୱର,୦୧/୧୦:  କିସ୍ନା ଡାଏମଣ୍ଡ୍‌ ଆଣ୍ଡ୍‌ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଭୁବନେଶ୍ୱରର ଷ୍ଟାଲ୍‌ୱାର୍ଟ ହାଇଟ୍‌ଠାରେ ଏହାର ୨ୟ ଏକ୍ସକ୍ଲୁସିଭ ସୋ'ରୁମର ଶୁଭାରମ୍ଭ କରାଯାଇଛି । ଏହି ଉଦ୍‌ଘାଟନ ସମାରୋହରେ ହରି କ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ ଢୋଲକିଆ ଯୋଗ ଦେଇଥିଲେ । ନବରାତ୍ରିର ପବିତ୍ର ଋତୁକୁ ପାଳନ କରିବା ପାଇଁ କିସ୍ନା ପକ୍ଷରୁ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ୭୫% ପର୍ଯ୍ୟନ୍ତ ରିହାତି ଏବଂ ସୁନା ଅଳଙ୍କାର ମେକିଂ ଚାର୍ଜ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହା ସହ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡ ଉପରେ ଅତିରିକ୍ତ ୫%ର ତତ୍କାଳ ରିହାତି ମିଳୁଛି । କିସ୍ନା ପକ୍ଷରୁ ଏକ ସ୍ୱତନ୍ତ୍ର ସପ୍‌ ଆଣ୍ଡ୍‌ ୱିନ୍‌ କ୍ୟାମ୍ପେନ ମଧ୍ୟ ପରିଚାଳନା କରାଯାଉଛି ଯେଉଁଥିରେ ଗ୍ରାହକ ସୁନା ଓ ହୀରା ଅଳଙ୍କାରର କ୍ରୟ ଉପରେ ୧୦୦୦ରୁ ଅଧିକ ସ୍କୁଟର ଓ ୨୦୦ରୁ ଅଧିକ କାର୍‌ ଜିତିବାର ସୁଯୋଗ ପାଇପାରିବେ ।

ଏହି ଲଞ୍ଚିଂ ଅବସରରେ ହରି କିସ୍ନା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ ଢୋଲକିଆ କହିଛନ୍ତି, "ଓଡ଼ିଶା ସବୁବେଳେ ଏହାର କଳା ଓ କାରୁକାର୍ଯ୍ୟ ପାଇଁ ସୁପରିଚିତ । ଭୁବନେଶ୍ୱର ସୋ'ରୁମର ଉଦ୍‌ଘାଟନ ସହିତ ଆମେ ଏହି ବିରାସତକୁ ପ୍ରତିଫଳନ କରୁଥିବା ଅଳଙ୍କାର ଆଣିବା ସହ ଆଜିର ମହିଳାମାନଙ୍କ ପାଇଁ ଆଧୁନିକ ଉତ୍କର୍ଷତା ପ୍ରଦାନ କରୁଛୁ । ନବରାତ୍ରି ସମୟରେ ଲଞ୍ଚ୍‌ କରିବା ଏହି ସଫଳତାରେ ସମୃଦ୍ଧିର ଉତ୍ସାହ ଓ ନୂତନ ଆରମ୍ଭ ଯୋଗ କରୁଛି । ନୂଆ ସୋ’ରୁମର ଶୁଭାରମ୍ଭ ଅବସରରେ କିଟ୍‌ ଏବଂ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଧ୍ୟ ଯୋଗ ଦେଇଥିଲେ । ସେହିପରି କିସ୍ନାର ନିର୍ଦ୍ଦେଶକ ପରାଗ ଶାହ କହିଛନ୍ତି, "ନବରାତ୍ରିର ପବିତ୍ର ପର୍ବ ଅବସରରେ ଆମର ଭୁବନେଶ୍ୱର ସୋ'ରୁମ ଲଞ୍ଚ୍‌ କରିବା ଏହି ସଫଳତାକୁ ଆହୁରି ସ୍ୱତନ୍ତ୍ର କରିଛି । କିସ୍ନାର ଫ୍ରାଞ୍ଚାଇଜି ପାର୍ଟନର ସୁଶୀଲ ଓ ଶୁଭମ ସେନାପତି କହିଛନ୍ତି, "କିସ୍ନା ସହ ସହଭାଗିତା କରିବା ଏବଂ ଭୁବନେଶ୍ୱରକୁ ଏହାର ବିଶ୍ୱସ୍ତ ଅଳଙ୍କାର ବିରାସତ ଆଣିବା ଏକ ସମ୍ମାନର ବିଷୟ