ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭୀମ୍‌ ସେନା ମୁଖ୍ୟଙ୍କୁ ଧମକାଇଲା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍, ମାମଲା ରୁଜୁ

Published By : Tapas Panda | November 4, 2024 5:51 PM

ନୂଆଦିଲ୍ଲୀ: ଭୀମ୍‌ ସେନା ମୁଖ୍ୟଙ୍କୁ ଧମକପୂର୍ଣ୍ଣ କଲ୍ କରିଥିବା ଅଭିଯୋଗରେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ବିଦେଶରୁ ଭୀମ୍‌ ସେନା ମୁଖ୍ୟ ସତପାଲ ତନଓ୍ବାରଙ୍କୁ ଧମକପୂର୍ଣ୍ଣ କଲ କରିଥିଲା ଅନମୋଲ । ଗୁରୁଗ୍ରାମ ପୋଲିସ ଅନୁସାରେ, ଅନମୋଲ ବିଷ୍ଣୋଇ  କାନାଡା ଏବଂ ଆମେରିକାରୁ ଜିମ୍ବାଓ୍ବେ ଏବଂ କେନିୟାର ଫୋନ୍‌ ନମ୍ବର ସାହାଯ୍ୟରେ ଧମକପୂର୍ଣ୍ଣ କଲ କରୁଛି ।  ଅକ୍ଟୋବର ୩୦ରେ ତନଓ୍ବାରଙ୍କୁ ଏକାଧିକ ଥର ଫୋନ୍‌ କଲ୍‌ କରିଥିଲା ଅନମୋଲ୍‌ ବିଷ୍ଣୋଇ ।

ଭୀମ୍‌ ସେନା ମୁଖ୍ୟଙ୍କୁ ଖଣ୍ଡ ଖଣ୍ଡ କରି ହାଣିଦେବାକୁ ଅନମୋଲ ଧମକ ଦେଇଥିଲା । ଏନେଇ ଅଭିଯୋଗ ପାଇବା ପରେ ଗୁରୁଗ୍ରାମ ପୋଲିସ, ଏସଟିଏଫ ଅନ୍ୟ ଅପରାଧ ନିରୋଧୀ ଶାଖାର କର୍ମୀଙ୍କୁ ନେଇ ଟାସ୍କ ଫୋର୍ସ ଗଠନ କରିଛି । ସେପଟେ ଆମେରିକୀୟ ଅଧିକାରୀଙ୍କ ପାଖରୁ ସୂଚନା ପାଇବା ପରେ ମୁମ୍ବାଇ ପୋଲିସ ଅନମୋଲର ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଚଳାଇଛି । 

୨୫ ବର୍ଷୀୟ ଅନମୋଲ୍‌ ବିଷ୍ଣୋଇ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ମଧ୍ୟ ସଂପୃକ୍ତ । ଲରେନ୍ସ ବିଷ୍ଣୋଇ ଇସାରାରେ ତା ଭାଇ ଅନମୋଲ୍‌ ଅନେକ ଅପରାଧିକ ମାମଲାର ନେତୃତ୍ବ ନେଇଛି । ଲରେନ୍ସ ବିଷ୍ଣୋଇ ଏବେ ଗୁଜରାଟର ସାବରମତୀ ଜେଲ୍‌ରେ ବନ୍ଦୀ ଅଛି । ଗତ ମାସରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ନିଜର ମୋଷ୍ଟ ଓ୍ବାଣ୍ଡେଡ୍‌ ତାଲିକାରେ ଅନମୋଲ ବିଷ୍ଣୋଇର ନାଁ ସାମିଲ କରିଛି । ଏହା ସହ ତା ବିଷୟରେ ସୂଚନା ପାଇଁ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ । ଅନମୋଲ ବିଷ୍ଣୋଇ ଏବେ କାନାଡା ଏବଂ ଆମେରିକାରେ ରହୁଥିବା ବେଳେ ତା ଉପରେ ଭାରତୀୟ ଅଧିକାରୀ ନଜର ରଖିଛନ୍ତି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.