ଗୁଡଭେଲା ୩୧/୧୦: ତୁଷୁରା ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଲୁଟ୍ । ଜନଗହଳିପୂର୍ଣ୍ଣ ସ୍ଥାନ ମହାପାତ୍ର କମ୍ପ୍ଲେକ୍ସ ନିକଟରେ ଲୁଟ୍ ହୋଇଛି । ଦୋକାନ ବାହାରୁ ବାଇକ୍ ଡିକି ଭାଙ୍ଗି ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନଅଗାଁର ରିଙ୍କୁ ସଡଙ୍ଗୀ ତୁଷୁରା ଷ୍ଟେଟ୍ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ୍ ଡିକିରେ ରଖିଥିଲେ। ସେଠାରୁ ଘରକୁ ଫେରିଲା ରାସ୍ତାରେ ଏକ ଫ୍ୟାନ୍ସି ଦୋକାନରୁ କିଛି ସାମଗ୍ରୀ କିଣିଥିଲେ । ଠିକ୍ ଏହି ସମୟରେ ୩ଜଣ ଦୁର୍ବୃତ୍ତ ଦୁର୍ବୃତ୍ତ ଗାଡ଼ି ଡିକି ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଚମ୍ଫଟ ମାରିଥିଲେ । ଖବର ପାଇ ତୁରନ୍ତ ତୁଷୁରା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଭିନ୍ନ ଭିନ୍ନ ସ୍ଥାନରେ ଛାନଭୀନ ସହିତ ବିଭିନ୍ନ ଦୋକାନ ସିସିଟିଭି ଯାଞ୍ଚ ଲାଚିଛି । ତୁଷୁରା ସହର ଏକ ବ୍ୟାବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଦିନ ଦ୍ବିପ୍ରହରରେ ଏଭଳି ଲୁଟ୍ ଭୟ ସୃଷ୍ଟି କରିଛି ।

​​​​​​​