ଧୁଷୁରୀ,୧୩।୧୦ : ଭଦ୍ରକ ଜିଲ୍ଲା ଧୁଷୁରୀ ୟୁଙ୍କୋ ବ୍ୟାଙ୍କ ଶାଖାରୁ ରବିବାର ରାତିରେ ଲୁଟ୍ ଉଦ୍ୟମ ହୋଇଛି। କିନ୍ତୁ ଦୁର୍ବୃତ୍ତମାନେ ଲୁଟରେ ବିଫଳ ହୋଇଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ୟୁକୋ ବ୍ୟାଙ୍କର ଧୁଷୁରୀ ଶାଖାର ଗ୍ରିଲ ଓ ସଟର କାଟି ଲୁଟେରାମାନେ  ରବିବାର ରାତିରେ ବ୍ୟାଙ୍କ୍ ଭିତରକୁ ପଶିଥିଲେ । କିନ୍ତୁ ଲୁଟରେ ସଫଳ ନ ହୋଇ ଫେରି ଯାଇଥିଲେ। ଖବର ପାଇ ସୋମବାର  ଧୁଷୁରୀ ପୋଲିସ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହ ପହଞ୍ଚି ଘଟଣାର  ତଦନ୍ତ କରୁଛି। ​​​​​​​