ସାହାଜପାଲ,୧୯/୦୬ (ସୁଶାନ୍ତ ଘଡେଇ): ବୌଦ୍ଧ ସଦର ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ହରିଜନ ସାହିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ଏହି ପାଣିରେ ପଶି ସାହିବାସୀ ଯାତାୟାତ କରିବା ସହ ମହିଳାମାନେ ଆଣ୍ଠୁଏ ପାଣିରେ ଭିତରେ ପଶି ନଳକୂପରୁ ପାଣି ଆଣିବା ପାଇଁ ଯାଉଛନ୍ତି । ଏହିଭଳି ଲଘୁଚାପ ଜନିତ ବର୍ଷା ପାଣି ଜମି ରହିଥିବାରୁ ସାହିବାସୀ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା କଡରେ ଏକ କାଡାନାଳ କରି ବର୍ଷାପାଣି ହଟାଇଲେ। ଏ ସାହିରେ ବର୍ଷପାଣିକୁ ହଟାଇବା ପାଇଁ କାଡାନାଳ ନିର୍ମାଣ କରାଯିବା ପାଇଁ ସ୍ଥାନୀୟ ସରପଞ୍ଚ ଓ ବୌଦ୍ଧ ବ୍ଲକ ପ୍ରଶାସନକୁ ଦାବି ହୋଇଛି ।

ଜୁଲାଇରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଭୁବନେଶ୍ୱରରେ...