ଭୁବନେଶ୍ୱର, ୩୧/୧୦ : MSME ଉଦ୍ୟୋଗୀଙ୍କ ପାଇଁ  ଆଉ କିସମ ପରିବର୍ତ୍ତନ କରିବାକୁ ପଡ଼ିବନି। କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି ଓ ଭଡ଼ା ଛାଡ଼ ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କର ୧% ଦେବାକୁ ପଡୁଥିଲା। ଏଥିସହ ୧% ଭଡ଼ା ମଧ୍ୟ ଦେବାକୁ ପଡୁଥିଲା। ଏବେ ଏହି ୨ଟି ଯାକ ଛାଡ଼ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। 

ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରର ପୋର୍ଟାଲରେ ଥିବା ସହ ଜିଲ୍ଲା କମିଟି ଅନୁମୋଦିତ ହୋଇଥିଲେ ସୁବିଧା ମିଳିବ। ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଓ ପ୍ରତ୍ନତାତ୍ତ୍ବିକ ଜମି ପାଇଁ ଏହି ସୁବିଧା ଲାଗୁ ହେବନି। ଉଦ୍ୟୋଗୀମାନେ ଉଦ୍ଦେଶ୍ୟରୁ ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।