ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହାରାଷ୍ଟ୍ର ରାଜନୀତିରେ ହଲଚଲ; ଇସ୍ତଫା ଦେଲେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ, ସରପଞ୍ଚଙ୍କ ହତ୍ୟାକାଣ୍ଡକୁ ନେଇ ଆକ୍ସନ୍

Published By : Ankita S | March 4, 2025 10:56 AM

ମୁମ୍ବାଇ,୦୪/୦୩: କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାଏ ମହାରାଷ୍ଟ୍ର ରାଜନୀତି । ଏବେ ପୁଣି ଥରେ ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ରାଜ୍ୟ ଯୋଗାଣ ମନ୍ତ୍ରୀ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଚର୍ଚ୍ଚାକୁ ନେଇ ବୋବାଲ ଦେଖିବାକୁ ମିଳିଛି । ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟାକାଣ୍ଡ ଲିଙ୍କରେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ସିଏମ୍ ଦେବେନ୍ଦ୍ର ଫଡ଼ନାବିସ । ଏହା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ମୁଣ୍ଡେ ।

ଗତକାଲି (ସୋମବାର) ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ମଧ୍ୟରେ ରୁଦ୍ଧଦ୍ବାର ବୈଠକ ହୋଇଥିଲା । ଏହା ପରେ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା । ଅନୁମାନ ସତ ହେଲା । କ୍ୟାବିନେଟ୍ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ମୁଣ୍ଡେ । ସେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି ।

ଏ ନେଇ ସିଏମ୍ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ''ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମୋତେ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଏହାକୁ ମୁଁ ସ୍ବୀକାର କରିଛି । ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଇସ୍ତଫା ପତ୍ରକୁ ମୁଁ ରାଜ୍ୟପାଳଙ୍କ ପାଖକୁ ପଠାଇଛି । ''

ଫଟୋ ଭାଇରାଲ ହେବା ପରେ ବୋବାଲ- ସରପଞ୍ଚ ସନ୍ତୋଷ ଦେଶମୁଖ୍ ହତ୍ୟାକାଣ୍ଡକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର ଧରିଥିଲା । ହତ୍ୟା ମାମଲାରେ  ଏକ ପ୍ରକାର ଛନ୍ଦି  ହୋଇ ପଡିଥିଲା ମହାରାଷ୍ଟ୍ର ସରକାର ।  ହତ୍ୟାକାଣ୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ୮  ଫଟୋ ପାଇଁ ଚାଲିଗଲା ମନ୍ତ୍ରୀ ପଦ ।  ହତ୍ୟା ମାମଲାର ଅଭିଯୁକ୍ତ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଘନିଷ୍ଠ ହୋଇଥିବା ଜଣାପଡିଥିଲା । ଶାସକ ଦଳର ଜଣେ ବିଧାୟକ ତଥା ମନ୍ତ୍ରୀ ହତ୍ୟା ଅପରାଧୀଙ୍କ ଘନିଷ୍ଠ ହେବା ପରେ ବିରୋଧୀଙ୍କୁ ଶାସକ ଦଳକୁ ଘେରିବାକୁ ମଉକା ମିଳିଥିଲା । ଏ ମାମଲାରେ ସରକାର କାହିଁକି ଚୁପ ବୋଲି ପ୍ରଶ୍ନ ଉଠାଇଥିଲେ ବିରୋଧୀ । ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଦାବି କରିଥିଲେ ।

କେମିତି ରାଜି ହେଲେ ଅଜିତ୍ ପାୱାର ? ଆରମ୍ଭରୁ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ତାଙ୍କ ଘନିଷ୍ଠ ସହଯୋଗୀ ଧନଞ୍ଜୟ ମୁଣ୍ଡେଙ୍କୁ ସମର୍ଥନ କରିଥିଲେ । ସେ କହିଥିଲେ କି, ଯେ ପର୍ଯ୍ୟନ୍ତ ତଦନ୍ତରୁ କୌଣସି ପ୍ରମାଣ ନ ମିଳୁଛି ସେବେ ଯାଏଁ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ ।'' ସିଏମ୍ ଦେବେନ୍ଦ୍ର ଫଡ଼ନାବିସଙ୍କ ଚାପ ସହ ସରକାରକୁ ଏକଜୁଟ କରି ରଖିବାକୁ ଅଜିତ୍ ପାୱାର ତାଙ୍କ ମନ ବଦଳାଇ ଦେଇଥିବା ଚର୍ଚ୍ଚା ହେଉଛି ।

ଅଧିକ ପଢନ୍ତୁ...ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମନେ ପକାଇଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କହିଲେ ଆଜି ଭାରତ-ପାକିସ୍ତାନ ଯେଉଁ...

ବିରୋଧୀଙ୍କ ଆକ୍ରମଣ- ଅନ୍ୟପଟେ ବିରୋଧୀ ଏହି ମୁଦ୍ଦାକୁ ନେଇ ଲଗାତାର ଶାସକ ଦଳ ଉପରେ ଆଟାକ୍ କରିଥିଲେ । ଏହି ଇସ୍ତଫା ସରକାରଙ୍କ ଉପରେ ଚପା ପଡିବାରୁ ହୋଇଛି ବୋଲି କହିଛନ୍ତି ବିରୋଧୀ  । ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଖବର ପରେ ଶିବସେନା ସାଂସଦ (ୟୁବିଟି) ସଞ୍ଜୟ ରାୱତ କହିଛନ୍ତି,'' ଘଟଣାର ୨୪ ଘଣ୍ଟା ପରେ ହିଁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇ ଦେବାର ଥିଲା । ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ସଞ୍ଜୟ ମୁଣ୍ଡେଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ଦରକାର ।''

କଣ ପୂରା ମାମଲା- ଘଟଣା ୨୦୨୪ ଡିସେମ୍ବର ୯ ତାରିଖର । ଜମି ଅଧିଗ୍ରହଣକୁ ନେଇ ୨ କୋଟି ଟଙ୍କାରେ ଲାଞ୍ଚ କାରବାର ହୋଇଥିଲା ।ବିଡ୍ ଜିଲ୍ଲାର ଜଣେ ସରପଞ୍ଚ ସନ୍ତୋଷ ଦେଶମୁଖଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ଅପରାଧୀ ଧନଞ୍ଜୟ ମୁଣ୍ଡେଙ୍କ ଘନିଷ୍ଠ ହୋଇଥିବା ଜଣାପଡିଥିଲା । ଏହି ଘଟଣାକୁ ନେଇ ବିରୋଧୀ ଦେବେନ୍ଦ୍ର ସରକାରଙ୍କୁ ଘେରିଥିଲେ । ହତ୍ୟା ମାମଲାରେ ଏସଆଇଟି ଦ୍ବାରା ଦାଖଲ ହୋଇଥିବା ଚାର୍ଜସିଟରେ ଧନଞ୍ଜୟଙ୍କ ଘନିଷ୍ଠ ସହଯୋଗୀ ବାଲ୍ମିକୀ କରାଡ ମାଷ୍ଟରମାଇଣ୍ଡ ଥିବା ଜଣାପଡିଥିଲା । ଏହାପରେ ତାଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଫେବୃଆରୀ ୨୨ ତାରିଖରେ ସିଆଇଡି ୧୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ମାମଲାରେ ପୋଲିସ ୭ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.