ଭୁବନେଶ୍ୱର,୦୫/୧୦: ପୁଲିସ୍ କବଜାରେ ଦୁଇ ଆନ୍ତଃରାଜ୍ୟ କୁଖ୍ୟାତ ଠକ । ନିଜକୁ ନ୍ୟାସନାଲ ସୋସିଆଲ ଆଣ୍ଡ ଓମେନ୍ ଏମ୍ପୱାରମେଣ୍ଟ କମିସନର ଅଧ୍ୟକ୍ଷ କହି ଲୋକଙ୍କୁ ଠକୁଥିଲେ। ସେମାନେ ହରିଆଣାର ଚୌଧୁରୀ ରିଙ୍କୁ ସାଇନି ଏବଂ ମନିନ୍ଦର୍ ସିଂହ । ଦୁହିଁଙ୍କୁ ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳରୁ ଗିରଫ କରିଛି କମିଶନରେଟ୍ ପୁଲିସ ।

ଗତ ୩ ତାରିଖରେ ଚୌଧୁରୀ ରିଙ୍କୁ ଓ ମନିନ୍ଦର ସିଂହ ଏକ ଫ୍ଲାଇଟରେ ଭୁବନେଶ୍ୱର ଆସିଥିଲେ । ଏକ ତାରକା ହୋଟେଲରେ ରହିଥିଲେ। ସେଠାରେ ରହି ଠକେଇ କରିବାକୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ । ନ୍ୟାସନାଲ ସୋସିଆଲ ଆଣ୍ଡ ଓମେନ୍ ଏମ୍ପୱାରମେଣ୍ଟ କମିସନ କହି ଠକୁଥିଲେ । ସାଙ୍ଗରେ ପିଏସଓ ଓ ପିଏ ଧରି ପ୍ରୋଟୋକଲରେ ବିଭିନ୍ନ ସ୍ଥାନକୁ ଯାଉଥିଲେ । କେନ୍ଦ୍ର ସରକାରଙ୍କ ବଡ଼ ବଡ଼ ପୋଷ୍ଟରେ ନିଯୁକ୍ତି ଦେବାକୁ କହି ଠକୁଥିଲା ଏମିତିକି କମିଶନରେଟ୍ ପୁଲିସକୁ ନିଜ ସୁରକ୍ଷା ବାବଦକୁ ଏସ୍କର୍ଟ ପାଇଁ ଗୋଟିଏ ମିଥ୍ୟା ପ୍ରୋଗ୍ରାମ ଲେଟର ଦେଇଥିଲେ । ଲେଟରରେ ନିଜକୁ ଅଧ୍ୟକ୍ଷ ପରିଚୟ ଦେଇଥିଲେ । ଲେଟର ଦେଖି ପୁଲିସକୁ ସନ୍ଦେହ ହୋଇଥିଲା । ଦୁଇ ଠକଙ୍କ ଗତିବିଧି ଉପରେ ନଜର ରଖିବାକୁ ଜଣେ ପୁଲିସକର୍ମୀଙ୍କୁ ନିୟୋଜିତ କରିଥିଲା କମିଶନରେଟ ପୁଲିସ । ଏବେ ମୈତ୍ରୀବିହାର ପୁଲିସ ଦୁଇ ହାଇପ୍ରୋଫାଇଲ ଠକଙ୍କୁ ଗିରଫ କରିଛି । ହରିଆଣା ପୁଲିସ ସହ ଯୋଗାଯୋଗ କରି ସମସ୍ତ ତଥ୍ୟ ନେବା ପରେ  ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ପୁଲିସ କମିଶନର ଜଗମୋହନ ମୀନା ।

​​​​​​​