ସିଲିଗୁଡ଼ି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ମଙ୍ଗଳବାର ସିଲିଗୁଡ଼ିର ଏକ ଘରୋଇ ହସ୍ପିଟାଲରେ ମାଲଦା ଉତ୍ତରର ବିଜେପି ସାଂସଦ ଖଗେନ୍ ମୁର୍ମୁଙ୍କୁ ଭେଟିଛନ୍ତି। ସୋମବାର ଉତ୍ତର ବଙ୍ଗଞ୍ଚଳରେ ବନ୍ୟା ଓ ଭୂସ୍ଖଳନ୍-ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ମୁର୍ମୁଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା।
ଏହି ଘଟଣାରେ ବିଜେପି ଏମ୍ଏଲ୍ଏ ଶଙ୍କର ଘୋଷ ମଧ୍ୟ ଆହତ ହୋଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ କପଡ଼ା ଚିରିଯିବା ସହ ସେ ସାମାନ୍ୟ ଆଘାତ ମଧ୍ୟ ହୋଇଛନ୍ତି। ଉକ୍ତ ସ୍ଥାନରୁ ମିଳିଥିବା ଭିଡିଓ ଫୁଟେଜରେ ଏହି ଆକ୍ରମଣରେ ସେମାନଙ୍କର ଗାଡ଼ିର କାଚ ଭାଙ୍ଗିଯାଇଥିବା ଏବଂ ମୁର୍ମୁଙ୍କ ନାକରୁ ରକ୍ତ ବହୁଥିବା ଦେଖାଯାଇଛି। ଶାସକ ତ୍ରୁଣମୂଳ କଂଗ୍ରେସ୍ (ଟିଏମସି) ଓ ବିପକ୍ଷ ବିଜେପି ମଧ୍ୟରେ ଚାଲିଥିବା ଅନ୍ତକନ୍ଦଳ ପ୍ରସଙ୍ଗରେ ଏହି ଘଟଣା ଘଟିଛି।
ଟିଏମସି ଜାରି କରିଥିବା ସୂଚନା ଅନୁଯାୟୀ, ମମତା ମୁର୍ମୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହିତ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗର ଭରସା ଦେଇଥିଲେ। ଭେଟିବା ପରେ ସେ ସେଠାରେ ଉପସ୍ଥିତ ଥିବା ସାମ୍ୱାଦିକମାନଙ୍କୁ କହିଥିଲେ ଯେ, "ମୁଁ ସମସ୍ତ ତଥ୍ୟ ପାଇଛି। ତାଙ୍କର ରକ୍ତ ଶର୍କରା ଉଚ୍ଚ ସ୍ତରରେ ରହିଛି। ଏହାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ମୁଁ ତାଙ୍କୁ ଶୁଭେଚ୍ଛା ଜାଣାଇବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି।"
ଏହି ଆକ୍ରମଣ ପଶ୍ଚିମବଙ୍ଗରେ ନୂଆ ରାଜନୈତିକ ବିବାଦର କାରଣ ହୋଇଛି। ଏହି ଆକ୍ରମଣ ପଛରେ ଟିଏମସିର ହାତ ରହିଛି ବୋଲି ବିଜେପି ଅଭିଯୋଗ ଆଣିଛି। ଅନ୍ୟପଟେ ବିଜେପି ନେତାମାନେ ସାହାଯ୍ୟ କରିବା ପରିବର୍ତ୍ତେ ପ୍ରାକୃତିକ ବିପର୍ଯ୍ୟୟର ଫଟୋ ସେସନ୍ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ବଙ୍ଗର ବିରୋଧିଦଳ ନେତା ଶୁଭେନ୍ଦୁ ଆଧିକାରୀ ଏନେଇ ଏକ୍ସରେ ପ୍ରତିକ୍ରିୟା ଦେଇ କହିଛନ୍ତି, "ମମତା ବାନର୍ଜୀ ଏବେ ବୁଝିଛନ୍ତି (ବିଳମ୍ବିତ ଭାବେ) ଯେ ପଶ୍ଚିମବଙ୍ଗର ଲୋକମାନେ ତାଙ୍କ ଅମାନବୀୟ କାର୍ଯ୍ୟକୁ ଜାଣିପାରିଛନ୍ତି। ଯେତେବେଳେ ଉତ୍ତର ବଙ୍ଗରେ ବନ୍ୟା ହୋଇଥିଲା ସେତେବେଳେ ସେ ସେଲିବ୍ରିଟିମାନଙ୍କ ସହିତ କାର୍ନିଭାଲରେ ନାଚୁଥିଲେ। ବିପକ୍ଷରେ, ବିଜେପି ଏମ୍ଏଲ୍ଏ ଓ ଏମପିମାନେ ସ୍ଥାନୀୟ ସ୍ତରରେ ସାହାଯ୍ୟ କରୁଥିଲେ। ତେଣୁ, ସେ ଏବେ ଆତଙ୍କରେ ପଡ଼ି 'ସ୍ପେସିଆଲ୍ କମ୍ୟୁନିଟି'ର ଗୁଣ୍ଡାମାନଙ୍କୁ ପଠାଇ ବିଜେପି ଏମପି ଓ ଏମ୍ଏଲ୍ଏଙ୍କୁ ଆକ୍ରମଣ କରାଇଛନ୍ତି, ଯାହାଦ୍ୱାରା ସେମାନେ ରିଲିଫ୍ କାର୍ଯ୍ୟରୁ ଦୂରେଇ ରହିବେ।"
ସୂଚନା ମୁତାବକ, ଗତ ୪୮ ଘଣ୍ଟା ମଧ୍ୟରେ ଭାରି ବୃଷ୍ଟିପାତ କାରଣରୁ ଦାର୍ଜିଲିଙ୍ଗ, କାଲିମ୍ପଙ୍ଗ, ଜଲପାଇଗୁଡ଼ି, ଆଲିପୁରଦୁଆର ଏବଂ କୋଚବିହାର ଜିଲ୍ଲାରେ ବ୍ୟାପକ ବନ୍ୟା ଓ ଭୂସ୍ଖଳନ୍ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଡୁଆର୍ସର ନଗରକଟା ଓ ଦାର୍ଜିଲିଙ୍ଗର ମିରିକ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଯେଉଁଠାରେ ଭୂସ୍ଖଳନ ଓ ବନ୍ୟାଜଳରେ ହଜାର ହଜାର ଘରଦ୍ୱାର କ୍ଷତିଗସ୍ତ ହୋଇଛି। ଏହି ଦୁର୍ବିପାକରେ ଏପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ରାଜ୍ୟର ରାଜନୈତିକ ମାହୋଲକୁ ଆହୁରି ସରଗର