ଚଣ୍ଡିଗଡ,୦୪/୧୨: ପଞ୍ଜାବ ଶିରୋମଣି ଅକାଳି ଦଳ ନେତା ତଥା ପଞ୍ଜାବ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଗୁଳିମାଡ ହୋଇଛି । ସେ ସୁରକ୍ଷିତ ଥିବା ଜଣାପଡିଛି । ଅଜଣା ବ୍ୟକ୍ତି ସ୍ବର୍ଣ୍ଣ ମନ୍ଦିର ଗେଟ୍ ପାଖରେ ତାଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ଗୁଳିମାଡ କରିଥିବା ବ୍ୟକ୍ତିକୁ କାବୁ କରାଯାଇଛି । ଅଭିଯୁକ୍ତ ଜଣକ ନାରାୟଣ ସିଂହ ଚୌରା ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତଠୁ ବନ୍ଧୁକ ଜବତ କରିଛି ।

ଫାୟାରିଂ ସମୟରେ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ପଞ୍ଜାବ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ବସିଛନ୍ତି । ତାଙ୍କ ପାଖରେ ଅନ୍ୟ ନେତା ଉପସ୍ଥିତ ଥିଲେ । ଅଚାନକ ଜଣେ ଲୋକ ଆସୁଛନ୍ତି ପକେଟରୁ ବନ୍ଧୁକ ବାହାର କରି ଗୁଳିଚଳାଉଛନ୍ତି । ସୌଭାଗ୍ୟବସତଃ କୌଣସି ଅଘଟଣ ହୋଇନାହିଁ । ଅଭିଯୁକ୍ତକୁ କାବୁ କରାଯାଇଛି । ତେବେ ସ୍ବର୍ଣ୍ଣ ମନ୍ଦିର ଭିତରକୁ ଜଣେ ବନ୍ଧୁକ ଧରି କିପରି ପ୍ରବେଶ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ସୁରକ୍ଷା ବ୍ୟବସ୍ଥାରେ ଢିଲା ହୋଇଥିବା କୁହାଯାଉଛି ।

ଘଟଣାକୁ ନେଇ ଅମ୍ରିତସର ପୋଲିସ କମିଶନର ଗୁରପ୍ରୀତ ସିଂହ ଭୁଲାର କହିଛନ୍ତି, ଆକ୍ରମଣକାରୀକୁ ହେପାଜତକୁ ନିଆଯାଇଛି । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଏହା ଷଡଯନ୍ତ୍ର କି ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଜଣାପଡିବ । 

ଘଟଣାକୁ ନେଇ ଅମ୍ରିତସର ପୋଲିସ କମିଶନର ଗୁରପ୍ରୀତ ସିଂହ ଭୁଲାର କହିଛନ୍ତି, ଆକ୍ରମଣକାରୀକୁ ହେପାଜତକୁ ନିଆଯାଇଛି । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଏହା ଷଡଯନ୍ତ୍ର କି ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଜଣାପଡିବ । 

ପ୍ରକାଶ ଥାଉ କି, ପଞ୍ଜାବ ଶିରୋମଣି ଆକାଳୀ ଦଳ ୨୦୦୭ରୁ ୨୦୧୭ ମଧ୍ୟରେ କରିଥିବା ଭୁଲ ପାଇଁ ଶିଖମାନଙ୍କର ସର୍ବୋଚ୍ଚ ସଂସ୍ଥା ଅକାଲ ତଖତ୍ ଦଣ୍ଡ ଘୋଷଣା କରିଥିଲେ । ଗତକାଲି ପ୍ରଥମ ଦିନରେ ଏସଡି ପୂର୍ବତନ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଓ ପୂର୍ବତନ ଅଧ୍ୟକ୍ଷ ସୁଖବୀର ସିଂହ ଧିଣ୍ଡସ ସ୍ବର୍ଣ୍ଣ ମନ୍ଜିର ପରିସରରେ ସେବା କରିଥିଲେ । ଆଜି ଦ୍ବିତୀୟ ଦିନ ସେବାରେ ତାଙ୍କ ଉପରକୁ ଗୁଳିମାଡ ହୋଇଛି ।