କଟକ ୧/୧୦: ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । କେଉଁଠି ଝିପିଝିପି କେଉଁଠି ଜୋରରେ ବର୍ଷୁଛି । ପ୍ରବଳ ଝଡ ଓ ବର୍ଷାରେ କଟକରେ ଘଟିଛି ବଡ ଅଘଟଣ । ରାସ୍ତାରେ ଭାଙ୍ଗି ପଡିଲା କଲେଜ ଛକର ଲାଇଟ୍ ଗେଟ୍ । ତେବେ ଗେଟ୍ ଭାଙ୍ଗିବା ସମୟରେ ସେଠାରେ କେହି ଉପସ୍ଥିତ ନ ଥିଲେ। ଏଥିରେ କେହି ଆହତ ହୋଇ ନାହାନ୍ତି।