ହରଭଙ୍ଗା, ୨୭।୧୦ : ବୌଦ୍ଧ ଜିଲ୍ଲା ଚାରିଛକ ସେକ୍ସନର ଘୋଡାଡିଆଁ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ହୋଇଥିଲା ବିପୁଳ ଗଞ୍ଜେଇ ଚାଷ । ବୌଦ୍ଧ ଜିଲ୍ଲାରୁ ଗଂଜେଇ ମୁକ୍ତ କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ଗଂଜେଇ କାଟ ଅଭିଯାନ ଆରମ୍ଭ ହୋଇଛି।   ପୁରୁଣାକଟକ ପୋଲିସ ଓ ହରଭଙ୍ଗା ପୋଲିସ ଓ ବନ ବିଭାଗର ମିଳିତ ଉଦ୍ୟମ ରେ ବିଭିନ୍ନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି କରିଥିଲା l ସୋମବାର ଘୋଡ଼ାଡ଼ିଆ ଗାଁ ନିକଟରେ ଥିବା ସଂରକ୍ଷୀତ ଜଙ୍ଗଲ ସମେତ ଗାଁ ର ଗୋଚର ଜଗାରେ ହୋଇଥିଲା ଗଞ୍ଜେଇ ଚାଷ ୫ ରୁ ୬ ଟି ସ୍ଥାନ ରୁ ଗଂଜେଇ ଗଛ କାଟି ନଷ୍ଟ କରିଛି ପୋଲିସ । ମଙ୍ଗଳବାର ପୁଣି ଉକ୍ତ ଅଂଚଳ ରୁ ପ୍ରାୟ ୧୫ ଏକର ପରିମିତ ଜଙ୍ଗଲ ଜମିରେ ହୋଇଥିବା ଗଂଜେଇ ଗଛ ନଷ୍ଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

କେବଳ ସେତିକି ନୁହେଁ କଣ୍ଟାମାଳ ଅଂଚଳରେ ଯେପରି ଶହ ଶହ ଏକର ଜଙ୍ଗଲ ନଷ୍ଟ କରି ଗଂଜେଇ ଚାଷ ହେଛି ହରଭଙ୍ଗା ବ୍ଲକରେ ତାହାର ପୁନରାବୃତ୍ତି ହେଛି l ଫୁଟ ପାଟ୍ରୋଲିଂ ବନ ବିଭାଗ ପକ୍ଷରୁ ହେଉଥିବା ବିଭାଗୀୟ ଅଧିକାରୀ ସଫେଇ ଦେଉଥିବା ବେଳେ ଗଞ୍ଜେଇ ଗଛ ପ୍ରାପ୍ତ ବୟସ ପର୍ଯ୍ୟନ୍ତ କେମିତି ଜଙ୍ଗଲ ରେ ସୁରକ୍ଷିତ ହୋଇ ରହୁଛି ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l

ଏହି ଗଂଜେଇ କଟା ଅଭିଯାନରେ ପୁରୁଣାକଟକ ରେଞ୍ଜ ବନବିଭାଗ କର୍ମଚାରୀ ସମେତ  ରାଜସ୍ୱ ବିଭାଗ କର୍ମଚାରୀ, ପୁରୁଣା କଟକ ଥାନା ପୋଲିସ ପକ୍ଷରୁ ଏକ  ୨୦ଜଣ କର୍ମଚାରୀ ଓ ଆଇ ଆର ବି ଯବାନ, ହରଭଙ୍ଗା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ, ଏସ ଆଇ ପ୍ରକାଶ ଭୋଇ,ଚନ୍ଦନ ଜେନା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ରହିଥିଲେ l