ଭୁବନେଶ୍ୱର ୨୭/୧୦: ମଙ୍ଗଳ ଗ୍ରହକୁ ସମସ୍ତ ଗ୍ରହର ସେନାପତି କୁହାଯାଏ। ମଙ୍ଗଳ ଶକ୍ତି, ସାହସ, ଭକ୍ତି, ପରାକ୍ରମ ଏବଂ ଶୌର୍ଯ୍ୟର କାରକ। ଅକ୍ଟୋବର ୨୭ରୁ ମଙ୍ଗଳ ଗ୍ରହ ତୁଳା ରାଶିରୁ ବୃଷ ରାଶିକୁ ପ୍ରବେଶ କରିବେ। ଏହି ରାଶି ପରିବର୍ତ୍ତନକୁ ଜ୍ୟୋତିଷ ଶାସ୍ତ୍ରରେ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ତେବେ ମଙ୍ଗଳ ଗ୍ରହର ବୃଷ ରାଶିକୁ ପ୍ରବେଶ ଦ୍ୱାରା ୪ଟି ରାଶିକୁ ଶୁଭ ଫଳ ମିଳିବ। ଆସନ୍ତୁ ଜାଣିବା ସେହି ରାଶିଗୁଡିକ ସମ୍ପର୍କରେ…

ମେଷ: ଏହି ରାଶି ବ୍ୟକ୍ତିବିଶେଷଙ୍କ ଜୀବନରେ ଶକ୍ତି ଓ ଉତ୍ସାହ ସଞ୍ଚାର ହେବ। କାର୍ଯ୍ୟକ୍ଷେତ୍ରରେ ନୂଆ ସଞ୍ଚାର ମିଳିବ। ଦୃଢ ନିଷ୍ପତ୍ତି ନେବାରେ ସଫଳ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ପୁରୁଣା ସମସ୍ୟା ଦୂର ହେବ। ନିବେଶ ଲାଗି ଅନୁକୂଳ ସମୟ।

ବୃଷ: ବୃଷ ରାଶି ପାଇଁ ଏହି ପରିବର୍ତ୍ତନ ଅତ୍ୟନ୍ତ ଶୁଭ।  କ୍ୟାରିୟର, ଧନ ଓ ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିବ। ସମାଜରେ ମାନ-ସମ୍ମାନ ପ୍ରାପ୍ତି ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ।

ମିଥୁନ:  ମିଥୁନ ରାଶିଙ୍କ ପାଇଁ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଆର୍ଥିକ ଲାଭ ଏବଂ ଯାତ୍ରାର ଅବସର ଆଣିବ। ପରିବାର ଓ ସାଙ୍ଗସାଥିଙ୍କ ସହଯୋଗ ପ୍ରାପ୍ତ ହେବ। ଅଫିସରେ ନୂଆ ଦାୟିତ୍ୱ ତୁଲାଇବେ। ଶିକ୍ଷା, ବ୍ୟବସାୟ ଓ ପ୍ରେମ ସମ୍ପର୍କରେ ସକରାତ୍ମକ ଫଳ ଲାଭ ହେବ।

ଧନୁ: ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ନୂତନ ଅବସର ପ୍ରଦାନ କରିବ।  ଆର୍ଥିକ ଲାଭ ସାଙ୍ଗକୁ ମାନ-ସମ୍ମାନ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା, ନୂତନ ସ୍ଥାନକୁ ଯାତ୍ରା ଯୋଗ ସୃଷ୍ଟି ହେବ। ପରିବାର ଓ ସମ୍ପର୍କୀୟ ସହିତ ସମ୍ବନ୍ଧ ମଜଭୁତ ହେବ।