ନିଶ୍ଚିତକୋଇଲି,୨୨।୯ କଟକ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ବଜାର ଔଷଧ ବ୍ୟବସାୟୀଙ୍କୁ ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ମିଛ ମାମଲାରେ ୩ଦିନ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନିଶ୍ଚିନ୍ତକୋଇଲି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସାମ୍ବାଦିକ ସୁଭାଶିଷ ବସନ୍ତରା , ମାହାଙ୍ଗା ଅଞ୍ଚଳର ଇତିଶ୍ରୀ ମହାନ୍ତି ଏବଂ ଚା’ ଦୋକାନୀ ହିମାଂଶୁ ଶେଖର ଲେଙ୍କା ।
ଗତ ଜୁନ ୨୪ତାରିଖ ରେ ବଡ଼ଚଣା ଥାନାରେ କଟିକଟାର ଔଷଧ ବ୍ୟବସାୟୀ ପ୍ରଫୁଲ୍ଲ ସାହୁଙ୍କୁ ଯୋଜନାବଧ ଭାବେ ମିଛ ମାମଲା କରି ତତ୍କାଳୀନ ବଡ଼ଚଣା ଥାନାଅଧିକାରୀ ମଧୁସ୍ମିତା ବେହେରା ୩ଦିନ ଅଟକ ରଖିଥିଲେ । ନିଶ୍ଚିନ୍ତକୋଇଲିର ଦୁଇ ଜଣ ସାମ୍ବାଦିକ ସୁଭାଶିଷ ବସନ୍ତରାୟ ଓ ଅସିତ ସାମଲଙ୍କ ଜରିଆରେ ଅଢେଇ ଲକ୍ଷ ଟଙ୍କା ନେଇ ଔଷଧ ବ୍ୟବସାୟୀଙ୍କୁ ଛାଡିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଏନେଇ ଔଷଧ ବ୍ୟବସାୟୀଙ୍କ ପୁଅ ପ୍ରଦୀପ୍ତ ସାହୁ ନିଶ୍ଚିତକୋଇଲି ଥାନାରେ ଅଭିଯୋଗ କରିଥିଲେ। ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ କରି ଅଭିଯୁକ୍ତ ସାମ୍ବାଦିକ ସୁଭାଶିଷ ସନ୍ତରାୟ, ମାହାଙ୍ଗା ଅଞ୍ଚଳର ଇତିଶ୍ରୀ ମହାନ୍ତି ଏବଂ ଚା ଦୋକାନୀ ହିମାଂଶୁ ଶେଖର ଲେଙ୍କାଙ୍କ ଜରିଆରେ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା। ଏହି ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟଜଣେ ଅଭିଯୁକ୍ତ ଅସିତ ସାମଲ ଫେରାର ଥିବା ସୂଚନା ମିଳିଛି। ଏହି ଅଭିଯୁକ୍ତ ମାନେ ହନିଟ୍ରାପ ଜରିଆରେ ବିଭିନ୍ନ ବ୍ୟବସାୟୀ ଓ ସରକାରୀ ଅଧିକାରୀ ଙ୍କୁ ଫସାଇ ଦେଢ଼ କୋଟିରୁ ଊଦ୍ଧ୍ବ ବେଆଇନି ଅର୍ଥ କାରବାର କରିଥିବା ର ପ୍ରମାଣ ମଧ୍ୟ ପୋଲିସ ହାତରେ ଲାଗିଥିବା ସୂଚନା ମିଳୁଛି। ସୂଚନାଯୋଗ୍ୟ ଯେ, କାର୍ଯ୍ୟରେ ଅବହେଳା କାରଣରୁ ପୂର୍ବରୁ ତତ୍କାଳୀନ ବଡ଼ଚଣା ଥାନାଅଧିକାରୀ ମଧୁସ୍ମିତା ବେହେରାଙ୍କୁ ନିଲମ୍ବନ କରାଯାଇଛି।